ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କାମ କରିବ: ନବୀନ ପଟ୍ଟନାୟକ

ପ୍ରତିଷ୍ଠା ଦିବସରେ ବିଜେଡିର ପତିଆରା ପ୍ରଦର୍ଶନ

ବିଜୁ ଜନତା ଦଳକୁ ୨୫ ବର୍ଷ ପୁରିଛି।ଏକ ଆଞ୍ଚଳିକ ଦଳ ହୋଇଥିଲେ ସୁଦ୍ଧା ଲଗାତର ଜାତୀୟ ଦଳଗୁଡିକୁ ମାତ୍ ଦେଇ ନିର୍ବାଚନୀ ସଫଳତା ହାସଲ କରିଚାଲିଛି ବିଜେଡି । ୨୦୨୪ରେ ଆଉଏକ ନିର୍ବାଚନକୁ ସାମ୍ନା କରିବା ପୂର୍ବରୁ ଦେଢକୋଟି ଭୋଟ୍ର ମିଶନ୍ ନେଇ ରଣନୀତି ପ୍ରସ୍ତୁତ କରୁଛି । ଏତିକିବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମା’ ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ୧୦୦ ବର୍ଷ ଯାଏଁ ଓଡିଶାର ସେବା କରିବାକୁ ବିଜେଡି ସମର୍ଥ ହେବ । ଏଥିପାଇଁ ମହିଳାମାନେ ଆଗେଇ ଆସନ୍ତୁ ଓ ଦାୟିତ୍ୱ ନିଅନ୍ତୁ ।

ସେ ଆହୁରି କହିଛନ୍ତି ଯେ, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି। ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯାେଗ ଦେଇଛନ୍ତି। ଏ ସୁଯାେଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ। ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି। ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ। ତେଣିକି ସେମାନେ ଯେଉଁ ବୃତ୍ତିରେ ଥାଆନ୍ତୁ। ଜାତୀୟଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ହେଲେ ଓଡ଼ିଶା ନୁହେଁ ବୋଲି ବି ନବୀନ ପଟ୍ଟନାୟକ କହିଛନ୍ତି।

 ପୁରୀ ତାଳବଣିଆରେ ଆୟୋଜିତ ବିଜେଡି ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀରେ ନବୀନ କହିଛନ୍ତି କୌଣସି ଜାତୀୟ ଦଳର ଏଜେଣ୍ଡାରେ ନାହିଁ ଓଡିଶା । ବିଜେଡି କେବଳ ଓଡିଶା ବିକାଶର କଥା ଚିନ୍ତା କରୁଛି । ସୁପ୍ରିମୋଙ୍କ ସହ ତାଳ ଦେଇ ନେତାମାନେ ଆଗାମୀ ୨୫ ବର୍ଷ ପାଇଁ ସଂକଳ୍ପ ନେବାକୁ ଦେଇଛନ୍ତି ଆହ୍ୱାନ । ସବୁବେଳେ ସଫଳତା ମିଳିଲେ ଅହଙ୍କାର ବଢେ । ତେଣୁ ଧାମନଗର ପରାଜୟରୁ ଶିକ୍ଷା ନେଇ ୨୦୨୪ ନିର୍ବାଚନରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କିଏ ଭାରତ ଗଢୁଛି, ତ କିଏ ଭାରତ ଯୋଡୁଛି କିନ୍ତୁ ନବୀନଙ୍କ ନେତୃତ୍ୱରେ ବିଜେଡି ଓଡିଶାର ପ୍ରଗତି କରୁଥିବା କହିଛନ୍ତି ପ୍ରମିଳା ମଲ୍ଲିକ ।

କୋଇଲା ରୟାଲିଟି, ରେଳ ଓ ଟେଲିଫୋନ ନେଟୱର୍କ, ହାଇୱେ, କେନ୍ଦୁପତ୍ର ଜିଏସଟି ଏବଂ ଚାଷୀ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେପିକୁ ଘେରିଛନ୍ତି ସାଂସଦ ସସ୍ମିତ ପାତ୍ର । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଓଡିଶାକୁ ପଛକୁ ଟାଣୁଥିବା ରାଜ୍ୟ ସ୍ୱାର୍ଥ ବିରୋଧରେ ଷଡଯନ୍ତ୍ର କରୁଥିବା ଲୋକଙ୍କ ସହ ଲଢିବାକୁ ନୂଆ ପୀଢିଙ୍କୁ ଆହ୍ୱାନ ଦେଇଛନ୍ତି । ୨୦୦୯ରେ ବିଜେଡି କିଭଳି ବିଜେପିର ହାତଛାଡି ଏକାକୀ ସଫଳତାର ସହ ବିଜୟ ଅଭିଯାନ ଆରମ୍ଭ କଲା ସେହି କଥାକୁ ମନେ ପକାଇ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

୨୦୦୯ରୁ ଏକାକୀ ଯାତ୍ରା ଆରମ୍ଭ କରିଥିବା ବିଜେଡିର ଭୋଟ ପ୍ରତିଶତ ବାରମ୍ବାର ବଢିଛି । ଆଉ ନିର୍ବାଚନୀ ସଫଳତା ପଛରେ ରହିଛି ନବୀନ ବ୍ରାଣ୍ଡ । ଯେଉଁ ମୁହଁକୁ ଦେଖି ବାରମ୍ବାର ଭୋଟ ଦେଇଛନ୍ତି ରାଜ୍ୟର ଭୋଟର । ଲୋକେ ଶଙ୍ଖ ଚିହ୍ନରେ ମୋହର ମାରିଛନ୍ତି । ଯେଉଁ ଶଙ୍ଖକୁ ନିଜ ଶୈଳୀରେ ବାଖ୍ୟା କରିଛନ୍ତି ଅରୁଣ ସାହୁ ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ଆସନ ସହ ୪୩.୯% ଭୋଟ ପାଇଥିଲା । ୨୦୧୯ରେ ଏହା ବଢି ୪୫.୨% ହୋଇଗଲା, ଅବଶ୍ୟ ଆସନ ୧୧୨ରୁ ଖସିଥିଲା । ହେଲେ ଏଥର ମିଶନ୍ ୧୨୫ ସିଟ୍ ଓ ୫୦% ଭୋଟ୍ ଟାର୍ଗେଟ ପୂରଣ ପାଇଁ ପୁରୀ ତାଳବଣିଆରେ ସଂକଳ୍ପ କରିଛି ଦଳ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶଙ୍ଖ ଭବନରୁ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମାଲୋଚନା ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ,ସୁଶାସନ ଗୁରୁତ୍ଵପୂର୍ଣ୍ଣ

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort