ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡିର‌ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ -୨୬/୧୨/୨୨ ( ମସିହା) ଆଜି ଭାରତର ଅଗ୍ରଣୀ ଆଂଚଳିକ ଦଳ ବିଜେଡ଼ିର ୨୬ ତମ ପ୍ରତିଷ୍ଠା ଦିବସ ।ଏହି ଦଳ ୨୫ ବର୍ଷ ପୂର୍ତ୍ତି ଦଳ ଓଡ଼ିଶାବାସୀଙ୍କ ପାଇଁ ସେବା ଓ ସମର୍ପିତ ହୋଇଛି ।ବିଜେଡି ଦଳ ଏକ ରାଜନୈତିକ ଦଳ ଭିତରେ ଆବଦ୍ଧ ନ ହୋଇ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶାର ବିକାଶ , ଉନ୍ନତି ପାଇଁ ଏହା ସଂକଳ୍ପବଦ୍ଧ ଉତ୍ସର୍ଗୀକୃତ ଓ ପ୍ରତିଶ୍ରୁତି ବଦ୍ଧ । ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ନୀତି, ଆଦର୍ଶ ଏବଂ ଓଡ଼ିଶାର ସେବା ପାଇଁ ବିଜେଡି ପ୍ରତିଷ୍ଠା ହୋଇଥିଲା ।ଯାହା ଗୋଟିଏ ଚାରାରୁ ଏକ ବିଶାଳ ଦ୍ରୁମ ହୋଇଛି ।ଆଜି ବିଜେଡି ତରଫରୁ ରାଇରଙ୍ଗପୁରରେ ୨୬ ତମ ପ୍ରତିଷ୍ଠା ପାଳିତ ହୋଇଛି । ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ଉପସଭାପତି ସ୍ବରୂପ ବେହେରାଙ୍କ ନେତୃତ୍ବରେ ଦଳୀୟ କର୍ମିବୃନ୍ଦ ସ୍ଥାନୀୟ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଲୋକଙ୍କ ସେବା ପାଇଁ ସଂକଳ୍ପ କରିଥିଲେ ।ବିଜୁ ପଟ୍ଟନାୟକ ଅମର ରହେ , ବିଜେଡି ଜିନ୍ଦାବାଦ,ନବୀନ ସରକାର ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ବିଜୁପଟ୍ଟନାୟକ ଛକ ।ଏହି କାର୍ଯ୍ୟକ୍ରମରେ ଵିଜେଡିର ଛାମୁଆଁ ସଂଗଠନ (ବିଜୁ ଯୁବ, ଛାତ୍ର, ମହିଳା,କୃଷକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି,ପଛୁଆ ବର୍ଗ, ସଂଖ୍ୟାଲଘୁ)କର୍ମି ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପାର୍ଥସାରଥୀ କବି,ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ,ନଗର ଯୁବ ବିଜେଡି ସଭାପତି ପଞ୍ଚୁ ଲୋହାର,ଦଶରଥ ବାସ୍କେ,ଗୁନୁ ମହାନ୍ତ, ଅରୁଣ ମହାନ୍ତି,ସଂଜୟ ରାମ,ଚିନୁ ରାମ, କିଶନ ପରିଡ଼ା,ଅନିଭୂଷଣ ପାତ୍ର,ଆକାଶ ନନ୍ଦଙ୍କ ସମେତ ଦଳୀୟ କର୍ମୀ ସାମିଲ ହୋଇଥିଲେ 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

masiha

ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଵିକ୍ଷୋଭ

masiha

ରାଜନଗର ଵିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଇଁ ଵିଶାଳ ତ୍ରୀରଙ୍ଗା ଶୋଭାଯାତ୍ର

masiha

Leave a Comment

error: Content is protected !!