ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

ଢେ଼ଙ୍କାନାଳ(ମ ସୀ ହା)ରବିବାର ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିବସ ରେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ଅଭିରାମ ସାହୁ ମହୋଦୟ ଙ୍କୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ କଟକ ଶହୀଦ ଭବନ ର ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଓଡ଼ିଶା ବିଧାନସଭାର ଉଚ୍ଚ ବାଚସ୍ପତି ମାନନୀୟ ଶ୍ରୀଯୁକ୍ତ ରଜନୀ କାନ୍ତ ସିଂ, ଓଡ଼ିଶା ଯୋଜନା ବୋର୍ଡ ସଦସ୍ୟ ମାନ୍ୟବର ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମହୋଦୟଙ୍କ ସହିତ ଓଡିଶାର ବହୁ ମାନ୍ୟଗଣ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଙ୍କୁ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ କରିବା ସହିତ ସମ୍ମାନ ମୁକୁଟ, ସମ୍ମାନ ପଟି, ଉପଢୌକନ, ଉପାଧି ପତ୍ର , ସ୍ଵର୍ଣ୍ଣାଭରଣ ପଦକ , ଟ୍ରଫି , ସମ୍ମାନ ଗାଉନ, ପ୍ରତିଭା ପରିଚୟ ପୁସ୍ତକ ସହିତ ୧ ଲକ୍ଷ ଟଙ୍କାର ନାଗରିକ ସୁରକ୍ଷା ବୀମା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀଯୁକ୍ତ ସାହୁ ପ୍ରକୃତି ବନ୍ଧୁ, ଶ୍ରେଷ୍ଠ ଶିକ୍ଷକ, ଆଦର୍ଶ ପ୍ରଧାନଶିକ୍ଷକ ଆଦି ସମ୍ମାନ ରେ ସମ୍ମାନିତ ହୋଇସାରିଛନ୍ତି। ଶ୍ରୀଯୁକ୍ତ ସାହୁଙ୍କ ପାଇଁ ହିନ୍ଦୋଳ ବ୍ଲକ୍ ର ପାଟଲା ଗ୍ରାମପଞ୍ଚାୟତ ର ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ ଜିଲ୍ଲା ରେ ଚର୍ଚ୍ଚିତ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କର ଏକନିଷ୍ଠ ସାଧନା, କର୍ତ୍ତବ୍ୟ ପରାୟଣତା, କର୍ମାଭିମୁଖୀ,କାର୍ଯ୍ୟଶୈଳୀ ଓ ସମାଜସେବା ପାଇଁ ସେ ଆଜି ଚିର ବନ୍ଦନୀୟ। ଶିକ୍ଷା ଦାନ ମାଧ୍ୟମରେ ଜନସାଧାରଣଙ୍କର ମଙ୍ଗଳ କାମନା କରି ବାରେ ଶ୍ରୀଯୁକ୍ତ ସାହୁ ବାସ୍ତବିକ ପ୍ରଶଂସନୀୟ। ଏହି ପବିତ୍ର ଉତ୍କଳ ମାତାର କୋଳରେ ଜନ୍ମ ଲାଭ କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ଯେଉଁ ମହାନ୍ ଅବଦାନ ପ୍ରଦାନ କରିଛନ୍ତି ସେହି ସଫଳତାର ସ୍ମାରକୀ ସ୍ବରୂପ ଜଣେ ବହୁମୁଖୀ ପ୍ରତିଭା ଧାରୀ ଶିକ୍ଷକ ଙ୍କୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ‘ଓଡିଶା ଶିକ୍ଷକ ଗୌରବ’ ଉପାଧି ରେ ଭୂଷିତ କରି ମହୋଦୟ ଙ୍କ ଭବିଷ୍ୟତ କର୍ମମୟ ଜୀବନର ମଙ୍ଗଳ କାମନା କରାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Forest Fire Prevention Awareness Meeting Held in Lakshmipur

masiha

ନବ ନିର୍ମାଣ କୃଷକ ସଂଘ ର ରାଜ୍ୟ ବ୍ୟାପି ବନ୍ଦ ଡାକରା

Sunil Chandra Nayak

Leave a Comment

error: Content is protected !!