ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ                                                    

ବରଙ୍ଗପୁର ତା.୨୭.୧୨.୨୦୨୨ :(ମସିହା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଠାରେ ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ (Mock Drill) ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ନିଜେ ଉପସ୍ଥିତ ରହି ନିରୀକ୍ଷଣ କରିବା ସହିତ ମହାମାରୀ ର ସଫଳ ମୁକାବିଲା ପାଇଁ ସଦାସର୍ବଦା ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ମହାମାରୀ ର ମୁକାବିଲା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଦଶ ଗୋଟି ଆଇ ସି ୟୁ ବେଡ଼ ଏବଂ କୋଡ଼ିଏ ଟି ଆଇସୋଲେସନ ବେଡ ସହିତ ଆବଶ୍ୟକୀୟ ଔଷଧ ଅକ୍ସିଜେନ ଭେଣ୍ଟିଲେଟର, ମଲ୍ଟି ପାରା ମିଟର ଡିଶି ସକ, ଏକ୍ସ ରାୟ ମେସିନ, ଇ ସି ଜି ସିରିଂଜ ପମ୍ପ ଇତ୍ୟାଦି ମହଜୁତ ଅଛି ବୋଲି ଭାରପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡକ୍ଟର ଲକ୍ଷ୍ମୀ ନାରାୟଣ ବିଷୋୟୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ, ମହାମାରୀ ବିଶେଷଜ୍ଞ ଡକ୍ଟର ଶିଳ୍ପୀ ଦାସ, ଡକ୍ଟର ମାଇକ୍ରୋ ବାଇଲୋଜିଷ୍ଟ ଅର୍ଧେନ୍ଦୁ ପ୍ରହରାଜ, ଡି ପି ମ ସୁଶାନ୍ତ ପ୍ରହରାଜ, ବରିଷ୍ଠ ଫାର୍ମାସିଷ୍ଟ ଜଗନ୍ନାଥ ରଥ, ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜରୁରୀ କାଳୀନ ବିଭାଗର ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସାହିଦ ଅକ୍ତର,ଅଭିନାସ ପାତ୍ର, ସନ୍ଦୀପ ନାୟକ ମୂଖ୍ୟ ଚିକିତ୍ସାଳୟ ର ପାରା ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଟୀକା ନେଇ ଶିଶୁ କନ୍ୟା ର ମୃତ୍ୟୁ ଅଭିଯୋଗ

Sunil Chandra Nayak

ଶିଶୁ ଓ ଛୋଟ ପିଲାଙ୍କ ବୃଦ୍ଧି ତଥା ବିକାଶମୂଳକ ଦାନ୍ତ ବିକୃତି ଏବଂ ଏହାର ସୁପରିଚାଳନା 

Sunil Chandra Nayak

ପୁଣି କରୋନା: ୨୪ ଘଣ୍ଟାରେ ଦେଶରୁ ୩,୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Leave a Comment

error: Content is protected !!