ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

ଜୁନାଗଡ଼,୧୪/୬(ମ ନି ସ)ମାରୱାଡ଼ି ଯୁବା ମଞ୍ଚ ତରଫରୁ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ ହୋଇଥିଲା ।ଏହି ଶିବିରରେ ମୋଟ ୧୧୧.ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା .। ଉକ୍ତ ରକ୍ତଦାନ ଶିବିର ରେ ମାନ୍ୟବର ବିଧାୟକ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ରକ୍ତଦାତା ଙ୍କୁ ଓ ଆୟୋଜନ କମିଟି ଙ୍କୁ ଉତ୍ସାହିତ କରିବା ସହ ଅନ୍ତର ହୃଦୟରୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଅତିନିକଟ ଭବିଷ୍ୟତ ରେ ସମସ୍ତ ଜୁନାଗଡ ଅଞ୍ଚଳ ବାସୀ ଙ୍କ ର ବହୁ ପ୍ରତିକ୍ଷୀତ ରକ୍ତଭଣ୍ଡାର ପ୍ରାରମ୍ଭ ହେବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ସେହିପରି ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ମାରୱାଡ଼ି ଯୁବା ମଞ୍ଚ ର ସଭାପତି ଯୋଗେଶ ଖେମକା ଓଡିଶା ରାଜ୍ୟ କନଭେ ନର ପ୍ରଣବ ଗୋଏଲ ସକ୍ରିୟ ସଦସ୍ୟ ଆଶିଷ ଅଗ୍ରୱାଲ ଙ୍କ ସମେତ ଜୁନାଗଡ ଏନଏସି ଉପଧକ୍ଷ୍ୟା ହିମାଦ୍ରୀ ନାୟକ, ପାରିଷଦ ସଚିନ ଅନ୍ଦାନୀ, କାହ୍ନୁଚରଣ ବୈଠ।ରୁ ହୀମାଦ୍ରୀ ସିନ୍ଦୁର, ଚକ୍ରଧର ବାଗ, ପୂର୍ବତନ ନଗର ପାଳ ମହେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ମାରୱାଡି ମହିଳା ସମିତି ,ବହୁଜନ ସଂଗ୍ରାମ ସମିତି ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆଦିତ୍ୟବାହିନୀ ଦ୍ୱାରା ଶଙ୍କରଆଚାର୍ଯ୍ୟ ମଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

masiha

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

ଯୁବ ହଷ୍ଟେଲସ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର

Sunil Chandra Nayak

Leave a Comment

error: Content is protected !!