ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ll ସ୍ମୃତି ଚିହ୍ନ l l

l l l ସ୍ମୃତି ଚିହ୍ନ l l l

କାଙ୍ଗାଳୀ ଚରଣ ସେଠୀ

ସମୟ ସ୍ରୋତରୁ ସାଉଣ୍ଟା ସ୍ୱପ୍ନକୁ
  ସାଇତି ରଖିଛି ମୁହିଁ
ସ୍ଵପ୍ନ ସାଗରର ସ୍ମୃତିଲେଖା ପ୍ରିୟା
 ସ୍ମାରକୀରେ ଗଲା ରହି
ଲୁଚିଯାଇଥିଲା ଜୋଛନା
ଦୂର ଝାଉଁବନୁ ଭାସି ଆସୁଥିଲା
ମେଲାଣି ଗୀତର ମୂର୍ଚ୍ଛନା ।୧
ମଧୁଗୀତି ସୁରେ ମନ ଝୁରୁଥିଲା
  ହଜି ଯାଉଥିଲା ସପନେ
ଭରା ଯଉବନୀ ଭାରାକ୍ରାନ୍ତ କଲା
  ଝରା ବଉଳର ଅଙ୍ଗନେ
ବିରହ ବାସର ରାତି
କାନ୍ତ ବିନା ବ୍ୟର୍ଥ ପ୍ରଣୟାଭିସାର
ମର୍ମରଇ ମଧୁମତି। ୨
ମହୁଆ ମାଦକ ମଲ୍ଲାର ରାଗିଣୀ
ମିଳନର ଛନ୍ଦ ତୋଳେ
ଗଙ୍ଗଶିଉଳିର ରଙ୍ଗରେ ତାର
ଜହ୍ନ ଜୋଛନା ଜଳେ
ଶୁଖି ଯାଇଥାଏ ଲୁହ
କୁମାରୀ କଳିକା କଅଁଳ ଛାତିରେ
  ନୀଳଚନ୍ଦ୍ରର ମୋହ । ୩
ମଣିକର୍ଣ୍ଣିକାର ମିତ୍ର ମେଘରେ
ସାଉଁଣ୍ଟା ସଞ୍ଜର ସ୍ମୃତି
ସଞ୍ଚି ରଖିଲେ ବି ସଂଚ଼ରି ଯାଏ
 ପ୍ରୀତି ହୋଇଯାଏ ଇତି
ଶାଳବଣ ତଳ ବାଆ
ଗୁମୁରି ଉଠଇ ଦୂର ପାହାଡ଼ରୁ
କୁହୁଳା ସ୍ମୃତିର ଧୂଆଁ ।୪

ବର୍ତ୍ତଣ୍ଡା, ସୁକିନ୍ଦ, ଯାଜପୁର 

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା = କାଳିଆ ରେ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରମିକ ଦିବସ

Leave a Comment

error: Content is protected !!