ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟ ସିଂ ବାଗ ଙ୍କ କବିତା = ଜୀବନ ସରିତା

   = ଜୀବନ ସରିତା =

        ସତ୍ୟ ସିଂ ବାଗ

ଅଙ୍କା ବଙ୍କା ହୋଇ
ବହେ ସେ ନୀତି
ଝଡ ତୁଫାନେ ବି
ନବଦଳେ ତା ଗତି !!
ତା ଦୁଇ ପାର୍ଶ୍ୱରେ
ଦୁଇ ଟି କୂଳ
ଆଗେ ପଛେ ତାର ଦୁଇଟି ଖାଲି
ତେଣୁ ବହିଯାଏ ସହଜ ମୂଳ !!
ସମୂଦ୍ରେ ଅବା ଲୟରେ
ଶେଷେ ମିଶ୍ରଣତା
ଆମ ଏ ଜୀବନ ସରିତା…….
ଡ଼ଙ୍ଗା ଵାଲା ଡୁଙ୍ଗା ନେଇ
ତୋ ଉପରେ ତରେ
ଇ କୂଳର ଅତିଥି କୁ
ଆର କୂଳେ ପାରକାରେ !!
ମାଛୁଆଳି ମାଛ ଧରେ
ବୁଲି ବୁଲି ତୋ ଭିତରେ
ତୋ ଦୁଇ କୂଳ ହଳଦୀଆ
କି ଶୋଭା ଅଙ୍କିତ କରେ !!
ସମୂଦ୍ରେ ଅବା ଲୟରେ
ଶେଷେ ମିଶ୍ରଣତା
ଆମ ଏ ଜୀବନ ସରିତା…….
କେତେକ ଗାଁ ଲୋକେ
ତୋଠାରେ କରଇ ସ୍ନାନ
ରଙ୍ଗ ବିରଙ୍ଗର ପକ୍ଷୀ ବିହଙ୍ଗ 
କରଇ ସୁଷଜ୍ଜିତ ତୋ ମାନ !!
ସକାଳ ସନ୍ଧ୍ୟାର ରବି
ତୋଠାରେ ସ ଦୃଶ୍ୟମୟ
ତୋପାଇଁ ଜଳ ସେଚନ
କୃଷି କରେ ଫସଲ ଆୟ !!
ସମୂଦ୍ରେ ଅବା ଲୟରେ
ଶେଷେ ମିଶ୍ରଣତା
ଆମ ଏ ଜୀବନ ସରିତା…….
ପ୍ରକୃତି ର ସଂକେତ
ସରିତା ଆମ ଜୀବନ
ତାହାପରି ଆମେ ବହିଚାଲିବା
ମାନ ମିଲୁ ଅବା ଅପମାନ !!
ଯେଉଁ ଟା ଆରମ୍ଭ
ଶେଷ ନିଶ୍ଚିତ ରୂପତ 
କେତେ ଶରୀରେ ନେଇ
ଅଭିମାନ ପଞ୍ଚ ମୁହାଭୂତ !!
ସମୂଦ୍ରେ ଅବା ଲୟରେ
ଶେଷେ ମିଶ୍ରଣତା
ଆମ ଏ ଜୀବନ ସରିତା…….

ଗ୍ରା/ପୋ – ତେରେସିଂହା ,ଭାୟା – ରିଷିଡା

ଜି – କଳାହାଣ୍ଡି , ପିନ – 766031

Related posts

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା = ଅଭିମାନିନୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

masiha

Leave a Comment

error: Content is protected !!