ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ମୁକତି ପଥ

 l l l ମୁକତି ପଥ l l l

// ଉପେନ୍ଦ୍ର କୁମାର ବସ୍ତିଆ //

ଆରେ ବାଇମନ ମୋ କଥାଟି ଶୁଣ 
    ଭଜ କୃଷ୍ଣ ରାମ ନାମ 
ଆସିଅଛି ଜୀବ ଦିନେ ଫେରିଯିବ 
    ବୁଦ୍ଧି ହୋଇଯିବ ବାମ ।
ଜୀବ ଥିବାଯାଏ ପିଣ୍ଡରେ ତୋହର 
    ଜପୁଥିବୁ ଭଗବାନ 
ମାୟାର ସଂସାରେ ସବୁହେବ ଲୀନ 
    ହଜିଯିବ ନିଜ ଜ୍ଞାନ ।
ମୋର ମୋର ବୋଲି ଯାହା ଭାବୁ ଅଛୁ 
    ନୁହେଁ କିଛି ତାହା ତୋର 
ବୁଜିଦେଲେ ଆଖି ହେବ ସବୁ ପର 
    ଏଇତ ମାୟା ସଂସାର ।
ନିଜ କରମର ଫଳ ଯେ ପାଇବୁ 
    ନିରାଟ ସତ୍ୟ ଯେ ଏହି 
ସମୟ ସୁଅରେ ସବୁ ଭାସିଯିବ 
    ରଖୁ ପାରିବେନି କେହି ।
ଜୀବ ଯିବାବେଳେ ସାଥିରେ ତୋହର 
    ଯିବନି ଧନ ସଂପତ୍ତି 
ରହିଯିବ ଖାଲି ତୋହରି ପ୍ରଶଂସା 
    ରହିବ ଯଶ କୀରତି।
କ୍ଷମତାର ବଳେ ଯଦି କରିଥିବୁ 
    ପ୍ରାଣୀ ମାନଙ୍କ ମଙ୍ଗଳ 
କ୍ଷମତା ବିହୀନ ହୋଇଗଲା ପରେ 
    ଝୁରିବେ ପ୍ରାଣୀ ସକଳ।
ଅନ୍ୟାୟ ଅନୀତି ସବୁ ଦୂର କରି 
    ଶୁଣି ବୁରେ ଭାଗବତ 
ଗୀତା ରାମାୟଣ ପାଠ ଯେ କରିଲେ 
    ପାଇବୁ ମୁକତି ପଥ ।

   ରାଉରକେଲା

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା   _ _ ଧର୍ମ _ _

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା// ନୂଆବର୍ଷ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା

Leave a Comment

error: Content is protected !!