ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା//ଆମେ ସବାଖିଆ 

   ଆମେ ସବାଖିଆ 

   ଦିଲ୍ଲୀପ କୁମାର ନନ୍ଦୀ 

ଆମେ ସବାଖିଆ ସର୍ବ ସବାଖିଆ
ସରବ ଗିଳା ଡାହୁକ
ନୀର କଥା ଭାଇ ପଚାରୁଛ କିଆଁ
ନିଆଁ ଗିଳି କରୁ ପାଉଁଶ
ଆମେ ତ ପୋଲା ବାଉଁଶ
ଯେତେ ଚିରୁଥିବ ଫାଳକରି ବତା
ଉଡ଼ିବନି ଆମ ହୋଅସ।।
ଭାଷଣ ଆମର ଭାରି ଟାଣ ଭାଇ
କେବେ ଝଡ଼ କେବେ ବତାଷ
ଘଡ଼ଘଡ଼ି ପରି ଭାରି ଆମ ରଢି଼
ଗଢ଼ା ସେଥେ ଆମ ବଂଅଶ
ଆମେ ସାମାଜିକ କଟାସ
ଯେତେ କଲେ ଆମେ ଅନିତୀ ଦୁର୍ନୀତି
କହିବାକୁ ନାହିଁ ସାହସ କା’ରେ
କହିବାକୁ ନାହିଁ ସାହସ
ଆମେ ସବାଖିଆ ସର୍ବ ସବାଖିଆ
ସରବ ଗିଳା ଡାହୁକ।।
କହିଦେଲେ ଆମେ ଭାଷଣ ବାଜିରେ
ଉଡ଼ି ବୁଲେ ହୋଇ ବତାସ
ଧୂଳିକଣା ଲାଗେନାହିଁ ଗାଗରରେ
ଖୋଳ ତାଡ଼ ହୁଏ ପର୍ବତ
ମାଡ଼ି ଆସେ ଢେଉ ବହୁତ
ନାଲିଫିତା ତଳେ ବନ୍ଧା ହୋଇ ରହେ
ପଚି଼ ସଢି଼ ଖାଏ ଯେ’ ଖତ
ଆମେ ସବାଖିଆ ସର୍ବ ସବାଖିଆ
ସରବ ଗିଳା ଡାହୁକ।।

   ଧର୍ମଶାଳା, ଯାଜପୁର 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା //ମାଘମାସ ଜାଡ

Sunil Chandra Nayak

ସିତନ୍ସୁ ଜେନା ଙ୍କ କବିତା = ଚନ୍ଦନ ଚନ୍ଦନ

Leave a Comment

error: Content is protected !!