ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍କୁଟି ଡିକିଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୃବୃତ୍ତ

କାମାକ୍ଷାନଗର (ମ ନି ସ)5/1/23// ସ୍କୁଟି ଡିକି ଭାଙ୍ଗି ପଚାଶ ହଜାର ଟଙ୍କା ହେଲା ଲୁଟ୍। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରେଙ୍ଗାଳୀ ବାମକେନାଲ କାର୍ଯ୍ୟାଳୟ ସମ୍ମୁଖରେ। ଭୁବନ ନୂଆଭୁବନର ପ୍ରକାଶ ଚନ୍ଦ୍ର ମିଶ୍ର ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଜି ଦିନ ପାଖାପାଖି ୧୧ଟା ସମୟରେ ଘରକୁ ଫେରିବା ବାଟରେ ଜଳଖିଆ କିଣିଥିଲେ। ସେହି ସମୟରେ ଦୁଇଜଣ ଦୁବୁର୍ତ୍ତ ପ୍ରକାଶକୁ ଅନୁଶରଣ କରି ଜଳଖିଆ ଦୋକାନ ସମ୍ମୁଖରେ ଡିକିଭାଙ୍ଗି ଲୁଟ କରିଥିଲେ।ଯାହାକି ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି। ତେବେ ଅଭିଯୋଗ ପାଇ ଭୁବନ ପୋଲିସ ସିସିଟିଭି ଫୁଟେଜରୁ ଫଟୋ ସଂଗ୍ରହ କରି ତଦନ୍ତ ଜାରିରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Sunil Chandra Nayak

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

Leave a Comment

error: Content is protected !!