ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍କୁଟି ଡିକିଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୃବୃତ୍ତ

କାମାକ୍ଷାନଗର (ମ ନି ସ)5/1/23// ସ୍କୁଟି ଡିକି ଭାଙ୍ଗି ପଚାଶ ହଜାର ଟଙ୍କା ହେଲା ଲୁଟ୍। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରେଙ୍ଗାଳୀ ବାମକେନାଲ କାର୍ଯ୍ୟାଳୟ ସମ୍ମୁଖରେ। ଭୁବନ ନୂଆଭୁବନର ପ୍ରକାଶ ଚନ୍ଦ୍ର ମିଶ୍ର ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଜି ଦିନ ପାଖାପାଖି ୧୧ଟା ସମୟରେ ଘରକୁ ଫେରିବା ବାଟରେ ଜଳଖିଆ କିଣିଥିଲେ। ସେହି ସମୟରେ ଦୁଇଜଣ ଦୁବୁର୍ତ୍ତ ପ୍ରକାଶକୁ ଅନୁଶରଣ କରି ଜଳଖିଆ ଦୋକାନ ସମ୍ମୁଖରେ ଡିକିଭାଙ୍ଗି ଲୁଟ କରିଥିଲେ।ଯାହାକି ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି। ତେବେ ଅଭିଯୋଗ ପାଇ ଭୁବନ ପୋଲିସ ସିସିଟିଭି ଫୁଟେଜରୁ ଫଟୋ ସଂଗ୍ରହ କରି ତଦନ୍ତ ଜାରିରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଏନଏମ ଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ

masiha

ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Leave a Comment

error: Content is protected !!