ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା l l ଜଗନ୍ନାଥ ଦାରୁବ୍ରହ୍ମ

l l ଜଗନ୍ନାଥ ଦାରୁବ୍ରହ୍ମ l l

ସୁରେନ୍ଦ୍ର କୁମାର ବେହେରା

ଦାରୁ ରୂପେ ଭାସି ଆସି ବ୍ରହ୍ମ ରାଶି
କଳିରେ କଳାଶ୍ରୀମୁଖ
ଭାବ ଭକତିରେ ତୁମକୁ ଡାକିଲେ
ହରି ନିଅ ଯେତେ ଦୁଃଖ ।1।
ସବୁଠାରେ ତୁମେ ବିଦ୍ୟମାନ ପୁଣି
ବୋଲାଅ ଜଗତ ନାଥ
ସବୁରି ଅନ୍ତରେ ରହି ଦେଖାଉଛ
ସତ୍ୟ ଧର୍ମ କର୍ମ ପଥ।2।
ଭାବର ଠାକୁର ନିଅ ଅବତାର
 ଦୁଷ୍ଟ ବିନାଶିବା ପାଇଁ
ଭକତର ମନୋବାଞ୍ଛା ପୂର୍ଣ୍ଣ କର
ନର ନାରାୟଣ ହୋଇ ।3।
ମହାବାହୁ ହୋଇ ଦେବନି ଦୂରେଇ
ରଖ ବାହୁ ଛାୟା ତଳେ
ଦୀନ ଦୁଃଖୀ ଟିଏ ଆସରା ନପାଇ
ଭାସିଯାଏ ଭବଜଳେ ।4।
ଆହେ ଦୀନବନ୍ଧୁ କରୁଣାର ସିନ୍ଧୁ
ଶ୍ରୀପଦେ ଶରଣ ଗଲି
କୃପା ନେତ୍ରେ ଟିକେ ଦୁଃଖୀକୁ ଚାହିଁବ
 ଯିବନି ମନରୁ ଭୁଲି ।5।

ସୁରେନ୍ଦ୍ର କୁମାର ବେହେରା

ଜିତିପୁର,ହରିପୁର ହାଟ, ଯାଜପୁର

Related posts

ଅମରନାଥ ବାରିକ୍ ଙ୍କ କବିତା ଆଗ ନିମନ୍ତ୍ରଣ

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା = ବର୍ଷା

masiha

Leave a Comment

error: Content is protected !!