ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ :ବିଡ଼ିଓ ଙ୍କ ଅନୁପସ୍ଥିତି ଓ ଅସହଯୋଗ ନେଇ ବିଗିଡିଲେ

ତେନ୍ତୁଳିଖୁଣ୍ଟି ୨୯/୧୨/୨୨ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ରେ ସମୀକ୍ଷା ବୈଠକ କରିବା ନେଇ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପନ୍ଦର ଦିନ ପୁର୍ବରୁ ଚିଠି କରିବା ସତ୍ତ୍ୱେ ବିଡ଼ିଓ ଭୋଇ କୌଣସି ଲାଇନ ବିଭାଗ କୁ ଚିଠି କରି ନଥିବା ଏପରିକି ନିଜେ ମଧ୍ୟ ଉପସ୍ଥିତ ରହି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ମୋତିରାମ ନାୟକ ପହଁଚିବା ପରେ ଏ ବିଡ଼ିଓ ପହଞ୍ଚିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ରତିକାନ୍ତ ପଣ୍ଡା ଓ ପଂଚାୟତ ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ନିଜ ଆଡୁ କିଛି ଲାଇନ ବିଭାଗ ର ଅଧିକାରୀ ଙ୍କୁ ଡାକିଥିଲେ। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡାକ୍ତର ସଚ୍ଚିକାନ୍ତ ଲେଙ୍କା ,ଶିଶୁ ଵିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର ପହଞ୍ଚି ଆଲୋଚନା ଓ ସମୀକ୍ଷା ରେ ଭାଗ ନେଇଥିଲେ। ବିଳମ୍ବ ରେ କୃଷି ଓ ଭେଟେନରି ବିଭାଗ ର ଅଧିକାରୀ ପହଞ୍ଚି ଥିଲେ। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ସମଳାଇ ପ୍ରସାଦ ପଣ୍ଡା ଅତ୍ୟାବଶ୍ୟକ ସମୟରେ ଫୋନ ରିସିଭ କରୁନଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକ ର ବିଭିନ୍ନ ପଂଚାୟତ ରେ ଖାଲି ଥିବା କିଛି ଦୋକାନ ଗୃହ ମହିଳା ସ୍ୱୟଂ ସହାୟକ ଦଳ କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ। ବୈଠକ ରେ ଦୀର୍ଘ ସମୟ ସ୍ୱଳ୍ପ ବିଭାଗ କୁ ନେଇ ସମୀକ୍ଷା ଚାଲିଥିବା ବେଳେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ପହଞ୍ଚି ଥିଲେ ବିଳମ୍ବରେ ପହଂଚିବା ତଥା କାହାରିକୁ ଚିଠି କରିନଥିବାରୁ ଅସନ୍ତୋଷ ଜାହିର କରିବା ସଶ ଆଗ କୁ ଏପରି ନ କରିବାକୁ ତାଗିଦ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅଙ୍ଗନବାଡି କେନ୍ଦ୍ର ବଦଳରେ କର୍ମୀଙ୍କ ଘରେ ଚାଉଳ ମହଜୁଦ ନେଇ ପ୍ରଶ୍ନବାଚୀ?

Sunil Chandra Nayak

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!