ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଧର୍ମଗଡ:୨୯/୧୨/୨୨:ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ ଗତ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଉଦଜାପାନୀ ଦିବସ ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧୀ ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପଧ୍ୟକ୍ଷା ମନିଷା ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସଞ୍ଜୀବ କୁମାର ମୁଣ୍ଡ ପରିଚାଳନା କରିଥିଲା ବେଳେ ବଙ୍କିମ ଚନ୍ଦ୍ର ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁକ୍ତ ଦୁଇ ବିଭାଗ ରେ ଗୀତାଞ୍ଜଳୀ ମାଝୀ ଓ ଯୁକ୍ତ ତିନି ବିଭାଗ ରେ ଜନ ହାତୀ ଶ୍ରେଷ୍ଠ ଖେଳାଳୀ ଭାବେ ଚାମ୍ପିଅନ ହୋଇଥିଲେ। ଖେଳ ଶିକ୍ଷକ ସୋଦନନାଏକ, ସୁଶାନ୍ତ ମୁଣ୍ଡ ଓ ଉଦ୍ଧବ ପ୍ରଧାନୀ ପରିଚାଳନା କରିଥିଲେ । ଡମ୍ବରୁ ଧର ନାଏକ,ଲକ୍ଷ୍ୟପତି ନାଏକ, ମନୋଜ ସେଠୀ ଓ ହିମାଂଶୁ ସା ପ୍ରମୁଖ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବୈଠକ

masiha

ସର୍ପମିତ୍ର ପ୍ରଦୀପଙ୍କ ଦ୍ଵାରା ଧଳାଡିହି ଗ୍ରାମରେ ନାଗ ଉଦ୍ଧାର

Leave a Comment

error: Content is protected !!