ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ଉଦଘାଟିତ

ବୌଦ୍ଧ – ୨୯|୧୨ – ( ହୃଦାନନ୍ଦ ମେହେର )- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ୍ ଖଟ ଖଟିଆ ଗ୍ରାମ ଠାରେ ସପ୍ତମ ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ୨୦୨୨ ଉଦଘାଟିତ ହୋଇଯାଇଛି | ବୌଦ୍ଧ ଜିଲ୍ଲା ବ୍ଲକ୍ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ଓ ସମାଜସେବୀ ବିଜୀତ ପ୍ରଧାନ ଙ୍କ ଦ୍ଵାରା ଜଗନ୍ନାଥ୍ କଳା ମଣ୍ଡପ ରେ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି | ଆଜି ଦିନ ୧୨ ଘଣ୍ଟା ସମୟରେ ଦୁଲ୍ ଦୁଲି, ନଚନିଆ,ଶବର ଶବରୁଣୀ, ଶୁଭ କଲାସୀ ଆଦି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜ ନିଜ ପାରମ୍ପରିକ କଳା ପ୍ରତିଭା ଦେଖାଇ ଗ୍ରାମ ପରିକ୍ରମା କରିଥିଲେ | ସନ୍ଧ୍ୟା ରେ ମଞ୍ଚ ନାଟକ ବଲାଙ୍ଗୀର ଜିଲ୍ଲା ଓ ବରଗଡ ଜିଲ୍ଲା ର ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକ ଗୀତ ,ଲୋକ ସଙ୍ଗୀତ( ପାରମ୍ପରିକ) ଗୀତ ର ରଙ୍ଗା ରଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟିର ସଂପାଦକ ରଂଜନ କୁମାର ପାତ୍ର ସୂଚନା ଦେଇଛନ୍ତି | ଏହି ଉତ୍ସବ ଡିସେମ୍ବର ୨୯ ଓ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ସନ୍ଧ୍ୟା ଅଧିବେଶନରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହିଧର ରଣା ଯୋଗ ଦେବା ର କାର୍ଯକ୍ରମ ରହିଛି |

Related posts

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବ୍ୟବସ୍ଥା ନେଇ ଦେବସେନା ସଂଙ୍ଗଠନ ପକ୍ଷରୁ ଆମରଣ  ଅନଶନ ପ୍ରତ୍ଯାହୃତ

Sunil Chandra Nayak

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!