ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ଉଦଘାଟିତ

ବୌଦ୍ଧ – ୨୯|୧୨ – ( ହୃଦାନନ୍ଦ ମେହେର )- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ୍ ଖଟ ଖଟିଆ ଗ୍ରାମ ଠାରେ ସପ୍ତମ ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ୨୦୨୨ ଉଦଘାଟିତ ହୋଇଯାଇଛି | ବୌଦ୍ଧ ଜିଲ୍ଲା ବ୍ଲକ୍ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ଓ ସମାଜସେବୀ ବିଜୀତ ପ୍ରଧାନ ଙ୍କ ଦ୍ଵାରା ଜଗନ୍ନାଥ୍ କଳା ମଣ୍ଡପ ରେ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି | ଆଜି ଦିନ ୧୨ ଘଣ୍ଟା ସମୟରେ ଦୁଲ୍ ଦୁଲି, ନଚନିଆ,ଶବର ଶବରୁଣୀ, ଶୁଭ କଲାସୀ ଆଦି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜ ନିଜ ପାରମ୍ପରିକ କଳା ପ୍ରତିଭା ଦେଖାଇ ଗ୍ରାମ ପରିକ୍ରମା କରିଥିଲେ | ସନ୍ଧ୍ୟା ରେ ମଞ୍ଚ ନାଟକ ବଲାଙ୍ଗୀର ଜିଲ୍ଲା ଓ ବରଗଡ ଜିଲ୍ଲା ର ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକ ଗୀତ ,ଲୋକ ସଙ୍ଗୀତ( ପାରମ୍ପରିକ) ଗୀତ ର ରଙ୍ଗା ରଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟିର ସଂପାଦକ ରଂଜନ କୁମାର ପାତ୍ର ସୂଚନା ଦେଇଛନ୍ତି | ଏହି ଉତ୍ସବ ଡିସେମ୍ବର ୨୯ ଓ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ସନ୍ଧ୍ୟା ଅଧିବେଶନରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହିଧର ରଣା ଯୋଗ ଦେବା ର କାର୍ଯକ୍ରମ ରହିଛି |

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

Sunil Chandra Nayak

ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜାମ୍ମୁ କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!