ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

ଭବାନୀପାଟଣା:୩୦/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ସଦର ଥାନା ଅଧମୁଣ୍ତା ଗାଁର ଲକ୍ଷ୍ମଣ ଗଉଡ ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶରେ ଆସି ଗତ ତା ୨୫ ଅକ୍ଟୋବର ୨୦୨୨ ରିଖ ରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ଲୋକେ ରାସ୍ତା ରୋକ ଓ ସହାୟତା ପାଇଁ ଦାବି କରିଥିଲେ। ସେହି ଘଟଣା ଉପରେ ଅନ୍ତୋଦୟ ସଂସ୍ଥା ଅଧ୍ଯକ୍ଷ ଶ୍ରୀ ଦିଲ୍ଲୀପ କୁମାର ଦାସ ଜାତିୟ ମାନବାଧିକାର କମିଶନ ଙ୍କ ପାଖରେ ଏକ କେସ ଦାୟର କରିଥିଲେ। ଏହାକୁ ଭିର୍ତ୍ତି କରି ଜାତୀୟ ମାନବାଧିକାର କମିଶନ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ,ଏସ୍ ପି ଏବଂ ଓ୍ବେସକୋ/ଟାଟା ପାଓ୍ବାର କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୂଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଙ୍କୁ ମଧ୍ୟ ନୋଟିସ କରି ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲାପାଳ ଓ ଏସ୍ପି ଙ୍କ ରିପୋର୍ଟ ଯେପରି ଠିକ୍ ସମୟରେ ଦାଖଲ ହେବ ତାହା ସେ ନିଶ୍ଚିତ କରିବେ। ତେବେ ଏହା ଉପରେ ପ୍ରଶାସନ କେଉଁ ଭାବରେ ଉଚିତ ପଦକ୍ଷେ ନେଉଛନ୍ତି ଓ ଏହାକୁ କେଉଁ ଭଳି ଭାବରେ କାର୍ଯ୍ୟକାରୀ କରୁଛନ୍ତି ତାକୁ ହିଁ ଦେଖିବା ବାକିରହିଲା। ଏଠାରେ ପ୍ରକାଶ ଥାଉକି ଯେ ଜଣଙ୍କର ଜୀବନ ଯିବା ଘଟଣା କୁ ନେଇ ଅଭିଯୋଗ ହେବା ପରେ ଟାଟା ପାଓ୍ବାର ର ଚେତା ପଶିଲା,ଏବେ ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ନିର୍ମାଣ କାର୍ଯ୍ଯ ଶେଷ କରିଛି। ତାପୂର୍ବରୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲା ବୋଲି ଆଲୋଚନା ହେଉଛି।

ମସିହା ନିଉଜ ସର୍ଭିସ୍ 

 

Related posts

ରାଇରଙ୍ଗପୁରରେ ଶିକ୍ଷା ବିକାଶ ଏଡୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

Sunil Chandra Nayak

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

masiha

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

masiha

Leave a Comment

error: Content is protected !!