ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

ନବରଙ୍ଗପୁର: 30/12/22(ମସିହା )ଆର୍ଥିକ ସାକ୍ଷରତା ଉପରେ ସଚେତନତା ଶିବିର ନବରଙ୍ଗପୁର ଜିଲ୍ଲାର ପ୍ରତିଟି ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଏବଂ ଧାନଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଆସୁଛି l ଆଜି ଏହି ସଚେତନତା ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ କାଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ କଲେଜ ଛାତ୍ରୀମାନେ ଫୁଲତୋଡ଼ ଦେଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ଆରବିଆଇର ଜେନେରାଲ ମେନେଜର ଦେବି ପ୍ରସାଦ ପଣ୍ଡା , ବିନୋଦ କୁମାର ଦାସ, ଏଲଡିଓ, ସୁନୀଲ କୁମାର ଜାମୁଡା ଏଲ ଡି ଏମ, ନୀଳାଚଳ ସାହୁ ଲିଡ଼ବ୍ୟାଙ୍କ ଆସିସଷ୍ଟାଣ୍ଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବାସହ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଜେନେରାଲ ମେନେଜର ଶ୍ରୀ ପଣ୍ଡା ଏବଂ ଏଲଡିଓ ଶ୍ରୀ ଦାସ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋଜେକଟର ମାଧ୍ୟମରେ ସମସ୍ତ ବିଷୟରେ ସଚେତନତା କରେଇଥିଲେ l ଯଥା ଡିଜିଟାଲ ବ୍ୟାଙ୍କିଙ୍ଗ, ନିଜର ସମ୍ପତି ଏବଂ ଋଣ ମଧ୍ୟରେ ସମନ୍ୱୟ ରକ୍ଷାକରି କିପରି ପରିଚାଳନା କରିପାରିବେ l ଆର୍ଥିକ ଆନ୍ତର୍ଭୁକ୍ତି କରଣ,ଫ୍ରଡ଼ କଲ ଯାହାକି ଫୋନରେ କଲ ମାଧ୍ୟମରେ ହେଉଥିବା ଠକେଇରୁ କିପରି ବଞ୍ଚିତ ରହିପାରିବେ l ଗ୍ରାହକ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଙ୍କୁ କିପରି ଅଭିଯୋଗ ଦାଖଲ କରିପାରିବେ | ଅଭିଯୋଗ କରିବାର ସହଜ ଉପାୟ ହେଲା ଆରବିଆଇ ପୋର୍ଟାଲ, ପତ୍ର କିମ୍ବା ଇ-ମେଲ ମାଧ୍ୟମରେ ଅଭିଯୋଗ କରିପାରିବେ | ଅଧିକ ଜାଣିବା ପାଇଁ ଆରବିଆଇ ଟୋଲ ଫ୍ରି ନଂ ୧୪୪୪୮ ରେ ବ୍ୟାଙ୍କ କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ ଏବଂ ଆରବିଆଇ ର ଉଦେଶ୍ୟ ସମ୍ପର୍କରେ ସାମ୍ୟକ ଧାରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନସିପାଲ ବି. ଏନ. ବିଶ୍ୱାଳ,ଏଫଏଲସି କୋଡିନେଟର ଚନ୍ଦ୍ରଶେଖର ପଟନାୟକ, ଧାନଫାଉଣ୍ଡେସନ ଜୋନାଲ କୋଡିନେଟର କୁଆଁର ପୂର୍ତ୍ତି,ଧାନଫାଉଣ୍ଡେସନ କୋଡିନେଟର ପଙ୍କଜ ଚନ୍ଦ୍ର ନାୟକ, ରଞ୍ଜନା ପାଢୀ, ସୁଶିଲା ଗଣ୍ଡ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କାଲେଜ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

masiha

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

masiha

Leave a Comment

error: Content is protected !!