ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

 ଅନୁଗୁଳ :  ୩୦ ଡିସେମ୍ବର// କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ୨୯ ଡିସେମ୍ବର ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଷ୍ଟିଲ ନିର୍ମାଣରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି)କୁ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଓ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ଜେଏସପି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, କୋଲ ଗ୍ୟାସିଫିକେସନ ହେଉଛି କୋଇଲାର ଭବିଷ୍ୟତ। ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ । ଏହାସହିତ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆର ଅଧ୍ୟକ୍ଷଙ୍କ ଜେଏସପି ଗସ୍ତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇ ଅଛି । 

ଜେଏସପି ଅନୁଗୁଳ ପ୍ଲାଣ୍ଟରେ ଅବସ୍ଥିତ ୨,୨୫,୦୦୦ Nm3 / h କ୍ଷମତା ବିଶିଷ୍ଠ ଏହି ସିଜିପି ଇସ୍ପାତ ତିଆରି କ୍ଷେତ୍ରରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ ଭାବେ ପରିଚିତ । ଏହାସହିତ ଷ୍ଟିଲ ତିଆରି ପାଇଁ ଏହି ପ୍ଲାଣ୍ଟ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରିଥାଏ । ବିଶ୍ୱର ପ୍ରଥମ ଷ୍ଟିଲ ଉତ୍ପାଦକ ଭାବେ ଜେଏସପି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ନିଜର ଡିଆରଆଇରେ ସିନ୍ଥେସିସ ଗ୍ୟାସ(ସିନ୍-ଗ୍ୟାସ) ବ୍ୟବହାର କରିଥାଏ ଯାହାକି ଅନ୍ୟ ଇସ୍ପାତ ତିଆରି ପ୍ରକ୍ରିୟା ତୁଳନାରେ ସର୍ବନିମ୍ନ କାର୍ବନ ନିର୍ଗତ କରିଥାଏ । ଯାହାଫଳରେ ଆଜିର ସମୟରେ ସିଜିପି ଏକ ଅନନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି । ସିଜିପିରେ ଉତ୍ପାଦନ ହେଉଥିବା ସିନ୍-ଗ୍ୟାସରେ ୬୦% ହାଇଡ୍ରୋଜେନ ରହିଥିବାରୁ, ଏହା ପରିବେଶ ଉପଯୋଗୀ ନୀଳ ହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଏହି ଗସ୍ତବେଳେ ଜେଏସପି ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଶ୍ରୀ ଭି.ଆର୍ ଶର୍ମା, ଜେଏସପିର ସିଇଓ ଶ୍ରୀ ଦୀନେଶ କୁମାର ସରୋଗୀ, ଇଡ଼ି ଶ୍ରୀ ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଅନୁଗୋଳ ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁର ଅନେକ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ଲାବୋରଟରୀ ସ୍କାମରେ ଲିଙ୍କ ଶର୍ମା-କମ୍ପାନୀ କିଏ?

masiha

Leave a Comment

error: Content is protected !!