ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା  l l l ବିଦାୟ ୨୦୨୨ l l l

 l l l ବିଦାୟ ୨୦୨୨ l l l

ଦିନର ହିସାବ ରଖିଲେ କି ହେବ
କର୍ମର ହିସାବ ଭୁଲ୍ ଯେ ଥିଲେ,
ନିଜର ଦୋଷକୁ ଘଉଡ଼େବା ପାଇଁ
ଭାଗ୍ୟର ଦୋଷକୁ ଟାଣନ୍ତି ଭାଲେ ।
ଦିନ ଚାଲିଯାଏ ମାସ ଚାଲିଯାଏ 
ବର୍ଷ ଚାଲିଯାଏ ପଞ୍ଜିକା ସାଥେ,
ଏକୋଇଶି ଥିଲା ବାଇଶି ଆସିଲା 
ତେଇଶି ଆସିବ ଏହି ଜଗତେ ।
କଅଣ ପାଇଲୁ କିସ ହରେଇଲୁ 
ସ୍ମୃତି ହୋଇ ମନେ ରହିବ ଶେଷେ,
ବିଚାର କରିବା ମନର ଭିତରେ 
ଦୋଷ ଦେବା ଯିବା ବର୍ଷକୁ ମେଞ୍ଚେ।
ସୂରୁଜ ଉଁଇଲେ ଦିନଟି ଆରମ୍ଭ 
ରାତି ପାହିଗଲେ ଦିନ ଟି ଶେଷ,
ନିଜ ଜୀବନର ଲକ୍ଷ ପଥରେ 
ବିଯୁକ୍ତ ହୁଅଇ ନିଜ ଆୟୁଷ । 
“ଅତୀତ” ଅମର “ଆଜି” ଶୁଭଙ୍କର 
“ଭବିଷ୍ୟତ” କଥା କିଏ ଜାଣିଛି,
ବାଇଶି ଟି ଗଲା ମିଶ୍ର ଫଳ ନେଇ 
ତେଇଶି ବର୍ଷ କୁ ଶୁଭ ମାନୁଛି।
କରୁଅଛି ଆଶା ଅଛି ବି ଭରଷା 
ଶୁଭ ହେଉ ଏହି ନୂଆ ବରଷ,
ସାଦରେ କହୁଛି ବିଦାୟ ବାଇଶି 
ଆଦରେ ଡାକୁଛି ତେଇଶି ଆସ।

ଅଚ୍ୟୁତାନନ୍ଦ ଧଳ

ଶାସନ ଖାସ୍
ତିହିଡି, ଭଦ୍ରକ

Related posts

ବେଣୁଧର ସୂତାର ଙ୍କ କବିତା = ବନ୍ଦେ ଉତ୍କଳ ଜନନୀ 

masiha

ସମୀର କୁମାର ପ୍ରଧାନ ଙ୍କ କବିତା = ସାଧବବୋହୁ

masiha

ମଧୁମିତା ମିଶ୍ର ଙ୍କ କବିତା = ବ୍ୟାଖ୍ୟା =

Sunil Chandra Nayak

Leave a Comment

error: Content is protected !!