ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା l l l କ୍ୟାଲେଣ୍ଡର l l l

l l l କ୍ୟାଲେଣ୍ଡର l l l

ବରଷ ଯାଉଛି ବରଷ ଆସୁଛି
କ୍ୟାଲେଣ୍ଡର ଵଦଳୁଛି
କ୍ୟାଲେଣ୍ଡର ମଧ୍ୟେ ତିଥି ବାହା ବ୍ରତ
ସବୁ ସୂଚ୍ରନା ରହିଛି।।
ପରବ ପର୍ବାଣୀ,,ବିବାହ ବ୍ରତର
ଶୁଭ ଲଗ୍ନ ବେଳା କହେ
ପୁନେଇ ଓ ଅମାବାସ୍ୟା ସଙ୍କରାତି
ସୂଚନା ଏ ଦେଇଥାଏ।। 
ବାର ମାସେ ତେର ପରବ ପାଳନେ
ସଭିଙ୍କୁ ଜଣାଇ ଦିଏ
ତିଥି ନକ୍ଷେତ୍ରକୁ ଏଥିରୁ ଦେଖିଣ
ମନୁଷ୍ୟ ଯେ ପାଳିଥାଏ।। 
ମହା ପୁରୁଷଙ୍କ ଜନମ ଜୟନ୍ତୀ 
ଶ୍ରାଦ୍ଧ ଦିନ ଲେଖାଥାଏ
କ୍ୟାଲେଣ୍ଡର ଦେଖି ପାଳନ ହୁଅଇ
ଶ୍ରଦ୍ଧାଞ୍ଜଳି ସଭା ହୁଏ।। 
ଜାନୁୟାରୀ ଠାରୁ ଡିସେମ୍ବର ଯାଏ
ମାସର ତାରିଖ ବାର
ଓଡିଆ ମାସର ଦିନ ସଂଖ୍ୟା ପୁଣି
ରହିଛି ତାହା ଉପର।। 
ଦେବା ଦେବୀ ଫଟୋ କ୍ୟାଲେଣ୍ଡର ପୁଣି
ବ୍ୟବସାୟୀ ବାଣ୍ଟିଥାନ୍ତି 
ନିଜ ବ୍ୟବସାୟ ପ୍ରଚାର ପ୍ରସାର 
କ୍ୟାଲେଣ୍ଡରେ କରିଥାନ୍ତି।। 
ଵିଦାୟ ନେଉଛି ପୁରୁଣା ବରଷ
ନୂଆ ବରଷ ଆସୁଛି 
ଦୋକାନ ବଜାରେ ନୂଆ କ୍ୟାଲେଣ୍ଡର 
ଏବେ ପରା ମିଳୁଅଛି।। 

ବନଲକ୍ଷ୍ମୀ ମହାନ୍ତି 

ନଡିଆବରାଇ 
 କେନ୍ଦ୍ରାପଡ଼ା ।।

Related posts

ଅନିମା ପରିଡ଼ା ଙ୍କ କବିତା // ଜୀଵନ ଟା ଏକ ବୁଝାମଣା

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା l l ନଶ୍ୱର ଶରୀର

Sunil Chandra Nayak

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ପ୍ରଭାତ ସମୟ

Sunil Chandra Nayak

Leave a Comment

error: Content is protected !!