ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

ବାଲେଶ୍ଵର,୩୧/୧୨/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ବାଲିଆପାଳ ଥାନା, ଜଗନ୍ନାଥ ମନ୍ଦିର,ବାଲିଆପାଳ ବ୍ଲକ, ଆଖଣ୍ଡଳୀମଣି ମନ୍ଦିର, ବସଷ୍ଟାଣ୍ଡ, ତହସିଲ କାର୍ଯ୍ୟାଳୟ ,ଷ୍ଟେଟ ବ୍ୟାଙ୍କ ପରିସର ସମେତ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ, ଥାନାଅଧିକାରୀ ସୁବ୍ରତ କୁମାର ବେହେରା, ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରୋଗ୍ରାମ ଅଫିସର ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱବଧାନରେ ଚାଲିଥିବା ଏହି ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଦୀପ୍ତା ବିଶ୍ୱାଳଙ୍କ ସମେତ ସୁକାନ୍ତ କୁୁମାର ଜେନା ଓ ବିନୋଦ ବେହେରା ପ୍ରମୁୁଖ ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଜା ନାଚଲେ ର ଉଦଯାପନୀ କାର୍ଯ୍ୟକ୍ରମ

masiha

ମନରେଗାରେ ମହାଘୋଟଲା

masiha

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

masiha

Leave a Comment

error: Content is protected !!