ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କବି ଲେଖକ ସଂଗଠନ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ଅନୁଷ୍ଠିତ

(ମସୀହା ବ୍ୟୁରୋ)ତା୨୯/୧୨/୨୨ ରିଖ ଗୁରୁବାର ଜାତୀୟ କବି ଲେଖକ ସଂଗଠନ, ବାସୁଦେବପୁର, ଭଦ୍ରକ, ଓଡ଼ିଶା ତରଫରୁ ରକ୍ତ ତୀର୍ଥ ଇରମ ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

            ମୁଖ୍ୟଅତିଥି ଭାବରେ ବରିଷ୍ଠ କବି ରାଜନେତା ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ ଅତିଥି ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହୃଦାନନ୍ଦ ପାଣିଗ୍ରାହୀ, ବିଶିଷ୍ଟ ସମ୍ମାନିତ ଅତିଥି ଅଧ୍ୟାତ୍ମିକ ଗୁରୁ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ବାଲେଶ୍ଵର ଶ୍ରୀଯୁକ୍ତ ଭରତ ଦାସ, ମୁଖ୍ୟବକ୍ତା ଭଞ୍ଜ ସାହିତ୍ୟର ବରିଷ୍ଟ ଗବେଷକ ଶ୍ରୀଯୁକ୍ତ ମନମୋହନ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭାବରେ ଆଧ୍ୟାତ୍ମିକ ଆଲୋଚକ ବରିଷ୍ଟ ଅର୍ଥ ସେବା ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ ଆଚାର୍ଯ୍ୟ ,ଇରମ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସାବିତ୍ରୀ ବଳ ଓ ସମିତି ସଭ୍ୟା ଲଗ୍ନିକା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସଭାର ସଭାପତିତ୍ବ କରିଥିଲେ ବିଶିଷ୍ଟ ନାଟ୍ୟକାର ଡ଼ଃ ଅଟଳବିହାରୀ ନାୟକ କରିଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନ ସଂଗଠନ ସଂପାଦକ ରଂଜନ ନାୟକ । ଉପଦେଷ୍ଟା ଡଃ ରାମଚନ୍ଦ୍ର ନାୟକ, ମମତା ଜେନା, ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା, ଉପସଭାପତି ରାଖାଲ ସ୍ଵାଇଁ, ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ, କାର୍ଯ୍ୟାକାରୀ ସଂପାଦକ ଅନନ୍ତ କୁମାର, ସଂଯୋଜକ ଜଗଦୀଶ ମହାନ୍ତି, ସଂଯୋଜିକା ମଧୁରୀ ମିଶ୍ର ସହ ସଂପାଦକ ଲୋକେଶ ଜେନା, ଅହଲ୍ୟା ସେନାପତି ପ୍ରମୁଖ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ, ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଥମେ ପଣ୍ଡିତ ଗୋପାଳ ବେଜ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ । ସହିଦଙ୍କ ପାଖରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା,ପରେ ଅତିଥିଙ୍କୁ ସ୍ଵାଗତ ପରିଚୟ ରଖିଥିଲେ ବରିଷ୍ଠ କବି ଡଃ ରମାକାନ୍ତ ନାୟକ, ସଂପାଦକ ଶ୍ରୀ ବେଜ ସଂପାଦକୀୟ ପାଠକରି ଥିଲେ, ସଭାପତିଙ୍କ ଭାଷଣ ସମସ୍ତ ଅତିଥି ଜାତୀୟ ବାଦ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ କଥାବସ୍ତୁ ସବୁ ଭାଷଣ ଛଳରେ ଆଲୋକପାତ କରିଥିଲେ ଏହି ଉତ୍ସବରେ ଜାତୀୟ କବି ବାଞ୍ଛାନିଧିଙ୍କ ସଙ୍ଗୀତ …..”ରେ ପତାକା..”..ପରିବେଷଣ କରିଥିଲେ ପଣ୍ଡିତ ଗୋପାଳ ବେଜ । ତାଙ୍କୁ ଭାଓଲିନ୍ ରେ ସଙ୍ଗୀତ କରିଥିଲେ ମେଘବର୍ଣ୍ଣ ସେଠୀ। ପରେ ମୁଖ୍ୟ ଅତିଥିଙ୍କ କର କମଳରେ ଅନୁଷ୍ଠାନରେ ତ୍ରୟୋମାସିକ ପତ୍ରିକା ‘ଆମ ଅଙ୍ଗୀକାର,କବି ବସନ୍ତ ପଣ୍ଡାଙ୍କ ଗୋଲା ପାଟ, ସରିତା ମହାନ୍ତିଙ୍କ ସଂଧ୍ୟା ସନ୍ତକ ଉନ୍ମୋଚନ ହୋଇଥିଲା ।

ତତ ସହିତ ଯୁବକବି ଦଶଜଣ ,ସମ୍ବାଦଦାତା ଓ ସମାଜ ସେବୀ ଦଶ ଜଣଙ୍କୁ, ପତ୍ରପତ୍ରିକାର ସଂପାଦକ ଦଶ ଜଣ ଓ ସାରା ଓଡ଼ିଶାରୁ ନିରବଛିନ୍ନ ସାହିତ୍ୟ ସାଧନା କରୁଥିବା କବି କବୟିତ୍ରୀ ତିରିଶି ଜଣଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଧନ୍ୟବାହ ଅର୍ପଣ କରିଥିଲେ ଅଂଞ୍ଚଳର ବରିଷ୍ଟ କବି ଗଗନ ବିହାରୀ ସେଠୀ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଭତ୍ତା ଦେବାରେ ରାଜ୍ୟ ସରକାର ବିଫଳ: ମାନବ ଅଧିକାର ସୁରକ୍ଷା ମଞ୍ଚର ଗଣବିକ୍ଷୋଭ ସହ ଦାବୀପତ୍ର 

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ 

masiha

Leave a Comment

error: Content is protected !!