ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବାଲାଜି ସେଠୀ ଙ୍କ କବିତା// ସ୍ୱାଗତ ହେ ନୂଆଁ ବର୍ଷ 

  ସ୍ୱାଗତ ହେ ନୂଆଁ ବର୍ଷ 

               ବାଲାଜି ସେଠୀ

     
ଝୁମା ଝୁମା ନିଶା ନିଶା ପରେ ନୂଆଁ
          ରବି କି ଆସିବେ ଉଇଁ
ହେ ନୂଆଁ ବରଷ ନବ ଉନ୍ମେଷରେ   
          ବିଭାସିତ କର ମହୀ !!  
          
ପ୍ରତି ବର୍ଷ ପରି ଆସୁଛ ଆସିବ
       କେହି ନ ପାରିବେ ରୋକି
କେତେ ଖଟା ମିଠା ସ୍ମୃତି ଅନୁଭୂତି
           ଦବ ଯାହା ଅଛି ବାକି ।।
           
ଗାଁ ଠୁଁ ସହର ଛକ ଠୁଁ ବଜାର
          ହେଲାଣି ଚଳଚଞ୍ଚଳ 
ବଣ ଭୋଜି ପାଇଁ ଉଛନ୍ନ ସଭିଏଁ
         ଭିଡ଼ ପର୍ଯ୍ୟଟନ ସ୍ଥଳ ।।
         
କେତେ ଆଶା ଉତ୍ସ ସମ୍ଭାବନା ନେଇ
         ଆସିବ ତୁମେ ଏ ବର୍ଷ
କାହା ପାଇଁ ହେବ ସ୍ବର୍ଣ୍ଣିମ ଅଧ୍ୟାୟ
         କାହା ପାଇଁ ଇତିହାସ ।।
         
ଏ ଜୀବନ ପଥ ନୁହଁଇ ପ୍ରଶସ୍ତ
        ଉଚ୍ଚ ନିଚ୍ଚ ଥାକ କେତେ 
ସମୟ ଚକରେ ଏ ସଂସାର ରଥ
          ଗଡୁଅଛି ଅବିରତେ ।।
          
ବେଳାଭୂମି ବକ୍ଷେ ମଥା ପିଟେ ଆସି
         ସାଗର ଶତ ଲହରୀ
ଲଙ୍ଘିପାରେ ନାହିଁ ନିୟତି ଉପେକ୍ଷି
       କୂଳ ଛୁଇଁ ଯାଏ ଫେରି ।।
       
ପଡି ଅଛି ଯେତେ ଶଇକତ ରେଣୁ
        ଶୁଷ୍କ ବେଳାଭୂମି ପରେ
ଅବା ନଭ ଦେଶ ତାରକା ପୁଞ୍ଜକୁ
        କାହିଁ କିଏ ଗଣିପାରେ !!
        
ନୂଆଁ ସପନରେ ମତୁଆଲା ତୁମେ
          ନୂଆଁ ପରିଧାନ ପିନ୍ଧି
ମୋ ପ୍ରିୟା ଆଖିରେ ଦେଖିବିନି ବୋଲି
       ଲୁହ ସାଥେ କଲି ସନ୍ଧି ।।
       
ଚାଲୁଛି ସମୟ ନିଜ ଗତିପଥେ
           ଦ୍ରୁତ କି ମନ୍ଥର ବିନା
ଆସ ନବ ବର୍ଷ କରୁଛି ସ୍ୱାଗତ
        ନୋହି ଲବେ ଆନମନା ।।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଆବାହନୀ ନୂତନ ବର୍ଷର ।।

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗାନ୍ଧିଜୀଙ୍କ ଇପସିତ ଭାରତ

Sunil Chandra Nayak

ମିନତି ଦାସ ଙ୍କ କବିତା l l ଶୀତ ଆସିଛି l l

Sunil Chandra Nayak

Leave a Comment

error: Content is protected !!