ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ (ଗଡ୍ରା) ବା ଟୋକିମରା ପର୍ବ ପାଳିତ

ଥୁଆମୂଳ ରାମପୁର: ୦୧/୦୧(ମ.ନି.ସ) :- ଆଦିବାସୀ ଙ୍କ ସଂସ୍କୃତି ପରମ୍ପରା ପର୍ବ ପର୍ବାଣୀ ମଧ୍ୟରୁ ଟୋକି ମରା ତଥା ଟୋକି ପରବ ସହ ସହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଅଛି। ଏହି (ଗୋଡ୍ରା) ଟୋକିମରା ପର୍ବ କୁ ଆଜି ମଧ୍ୟ ଆଦିବାସୀ ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଉଲ୍ଲାସର ସହ ଏହି ସମ୍ପ୍ରଦାୟର ଲୋକ ଆଧୁନିକ ଯୁଗର ବେଶ ଭୁଷା ହେଲେ ମଧ୍ୟ ଆଦିବାସୀ ନିଜର ପରମ୍ପରା କୁ ବଞ୍ଚାଇ ଆସିଛି। ଏହା ସହ ଯେଉଁ ଗ୍ରାମରେ ଗୋଡ୍ରା ଟୋକି ମରାଯାଏ ସହି ଗ୍ରାମରେ ନୂତନ ଗୁଡି ନିର୍ମାଣ ସହ ଗୁଡିଚଗା ଓ ଗୋଡ୍ରା ଛାଡିବା ଭଳି ବିଧିମତେ କରାଯାଏ।ଦେବା ଦେବୀ ଧରଣୀ ମାଁଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମର ସମସ୍ତ ଅଧିବାସୀଙ୍କ ଘରକୁ ଜେନା ଯଥା (ଗୋଡ୍ରା) ବର୍ଷକ ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସେହି ଗ୍ରାମରେ ରଖି ପୂଜା ଅର୍ଚ୍ଚନା କରାଇ ଛାଡି ଦିଆଯାଏ ସେହି ଗ୍ରାମର ମୁଖ୍ୟ ସମ୍ପତି ହିସାବରେ ରହେ। ସେହି ଅଞ୍ଚଳର ଆଖପାଖ ଗ୍ରାମ ,ବନ୍ଧୁବାନ୍ଧବଙ୍କୁ ଗାଁକୁ ନିମନ୍ତ୍ରଣ କରାଯାଏ। ସେମାନେ ନିଜର ମାଟି ମାଁକୁ ଖୁସୀ କରିବା ପାଇଁ ବିରବାଦ୍ୟ ସଲାପ ଲିଶାନ ବାଦ୍ଯ ନାଦରେ ନିଜର ବିରତ୍ୱ ପ୍ରଦର୍ଶନ କରି ଯଥା ଗୋଡ୍ରାର ମାଂସକୁ ଟୋକିପର୍ବ ଯାତ୍ରା ପଡିଆରେ ହିଁ ନିଜନିଜ ଦେବା ଦେବୀ ଙ୍କ ଉଦ୍ଦେଶ୍ୟରେ ଛୂରୀ ସାହାଯ୍ୟରେ ଜଣେ ଜଣେ ଜାନୀ କାଟି ନେବା ପରମ୍ପରା ରହିଛି। ସେହି ପରମ୍ପରା ଓ ସଂସ୍କୃତି ମଧ୍ୟରେ ଜୀବନ ଯାପନ କରୁଥିବା ଆଦିବାସୀଙ୍କ ମୂଖ୍ୟ ପର୍ବ ଭାବରେ ଏହି (ଗୋଡ୍ରା) ଟୋକିମରା ପର୍ବ ପାଳନର ପ୍ରଥାନୁଯାୟୀ ଏବେ ମଧ୍ୟ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ଯଥା ମେଲକୁଣ୍ଡେଲ, ନିକେସଜୋର, ବଲଙ୍ଗୀ, ଭେଜିଗୁଡା ଗ୍ରାମ ଗୁଡିକରେ ଟୋକି ମରା ପର୍ବ ପାଳନ ହୋଇଯାଇଛି। ପ୍ରାୟତଃ ଏହା ଆଦିବାସୀ ମାନଙ୍କର ଏକ କୃଷି ଭିର୍ତ୍ତିଭୂମି ପର୍ବ, ଆଗକାଳରେ ଧରଣୀ ପେନୁ କୁହାଯାଉଥିଲା ଏବେ କିନ୍ତୁ ମାଁ ମାଟି ବା ଗ୍ରାମ ଦେବୀ ଭାବରେ ସେହି ଦେବୀ ଙ୍କ ପାଖରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ବଳିଦେଇ ପୂଜା ଅର୍ଚ୍ଚନା କରି ଗ୍ରାମଦେବୀ ଙ୍କୁ ସନ୍ତୁଷ୍ଟ କରାଯାଏ। ସେମାନଙ୍କ ପୂର୍ବ କାଳରୁ ବିଶ୍ବାସ ରହିଅଛି ଯେ ଏହି ପର୍ବ ପାଳନ କରି ମାଟି ଦେବତାଙ୍କୁ ସନ୍ତୋଷ କଲେ ଭଲ ଫସଲ ଉତ୍ପାଦନ ସହିତ ଗ୍ରାମର ସକଳ ପ୍ରକାର ମଙ୍ଗଳ ଓ ତଥା ଶ୍ରୀବୃଦ୍ଧି ହୋଇଥାଏ। ଏହାର ଆଧାରରେ ବିଶ୍ବାସ କରି ଟୋକିମରା ପର୍ବର ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ମାର୍ଗଶୀର (ଡିସେମ୍ବର) ମାସରେ ଗୁଡିଚଗା ପର୍ବ ଶେଷ ହେବା ପରେ ପରେ ପୌଷମାସ ଶୁକ୍ଳ ପକ୍ଷ ଦଶମୀ ଜାନୁଆରୀ ମାସ ତା ୦୧/୦୧/୨୦୨୩ ରିଖ ରବିବାର ଦିନ ଥୁଆମୂଳ ରାମପୁର ବ୍ଳକର ମେଳକୁଣ୍ଡେଲ ଗ୍ରାମର ଅନ୍ଯାନ୍ଯ ଅଞ୍ଚଳର ଆଖପାଖ ଯାନୀ ଦିଶାରୀଙ୍କ ସହିତ ପ୍ରାୟ ୩୦ ଖଣ୍ଡ ଗ୍ରାମର ଲୋକ ଉପସ୍ଥିତ ରହି ଟୋକିମରା ଯାତ୍ରା ପଡିଆରୁ ଗୋଡ୍ରାର ଶରୀରରୁ ମାଂସ କାଟି ନେଇଥିଲେ। ସେହିଭଳି ନିକେଶଜୋର ରେ ମଧ୍ୟ ପ୍ରାୟ ୨୦ ଖଣ୍ଡ ଗ୍ରାମର ଯାନୀ ଦିଶାରୀ ଗହଣରେ ସେହି ଗ୍ରାମର ହଜାର ହଜାର ଲୋକ ଙ୍କ ସମାଗମ ହୋଇ ଥିଲା ସେହିପରି ଅଞ୍ଚଳର ବଲଙ୍ଗୀ ଓ ଭେଜିଗୁଡା ଗ୍ରାମ ରେ ମଧ୍ୟ ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଟୋକି ମରା ପର୍ବ ମହାସମାରୋହରେ ଶେଷ ହୋଇଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କଲା ଗୋପବନ୍ଧୁ ପାଠାଗାର

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

masiha

ମା ସମଲେଶ୍ବରୀ ଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!