ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼ ,୧/୧/୨୩(ମ ନି ସ) ଜୁନାଗଡ଼ ସହର ବଙ୍ଗଳା ଛକ ଠାରେ ଓଡିଶା ପରିକ୍ରମା କରୁଥିବା ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦେଇଥିଲେ। କଳାହାଣ୍ଡିର ବିରବାଦ୍ୟ ଘୁମୁରା ଓ ଲୋକସଙ୍ଗୀତ ର ତାଳେ ଏହି ବିଶ୍ୱକପ ଟ୍ରଫିକୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ମର୍ଯ୍ୟାଦା ଜନକ ବିଶ୍ୱକପ ହକି ଚଳିତ ସପ୍ତାହରେ ରାଉରକେଲା ଓ ଭୁବନେଶ୍ୱର ଠାରେ ଓଡିଶା ଅୟୋଜନ କରୁଥିବାରୁ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ,ଆମ୍ଭେ ଓଡିଶା ବାସୀ ଏହି ସ୍ୱାଭିମାନକୁ ବଜାୟ ରଖିବା ପାଇଁ ମିଳିତଭାବେ ଏହାର ସଫଳତା ନେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ଉପସ୍ଥିତ ସଦସ୍ୟ ସମୂହ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦୁଲାରାମ ମାରାଣ୍ଡି, ବ୍ଲକ ଉପାଧକ୍ଷ୍ୟ ପ୍ରମୋଦ ବେହେରା ,ଏନଏସି ପାରିଷଦ ବୃନ୍ଦ ଓ କର୍ମଚାରୀ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଥିଲେ।ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷ୍ୟା ଅଧିକାରୀ ତୁଷାର ରଞ୍ଜନ ସାହୁ ଏହାକୁ ପରିଚାଳନା କରିଥଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫମର ,ଚିର ନିଦ୍ରାରେ ବିଦ୍ୟୁତ ବିଭାଗ 

masiha

ରାଜଧାନୀ ଭୁବନେଶ୍ଵର ରେ ୫ ଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

masiha

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

masiha

Leave a Comment

error: Content is protected !!