ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଦୁଇ ଗୁରୁତର

ଚନ୍ଦାହାଣ୍ଡି(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋହରା ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ରେ ଜଣେ ଯୁବକ ଗୁରୁତର ଆହତ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଆଜି ସନ୍ଧ୍ୟା ରେ ଜୈନେକ ଯୁବକ ମୋହରା ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଚେତ ଅବସ୍ଥାରେ ପଡିଥିବା ଦେଖି ଗ୍ରାମର କିଛି ଯୁବକ ଚନ୍ଦାହାଣ୍ଡି ଅଗ୍ନି ଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନି ଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ସନ୍ଦିପ ଶତପଥୀ ପ୍ରାଥମିକ ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର କାନରୁ ରକ୍ତ ଶ୍ରାବ ହେବା ସହ ଚେତାଶୂନ୍ୟ ଥିବା ରୁ ତାଙ୍କର ପରିଚୟ ମିଳି ପାରିନଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଛନ୍ତି। କିନ୍ତୁ ଆହତ ଯୁବକ ଙ୍କ କେହି ସମ୍ପର୍କୀୟ କିମ୍ବା ପରିଚିତ ବ୍ୟକ୍ତି ନଥିବାରୁ ଖବର ଲେଖା ହେବା ସୁଦ୍ଧା ଚନ୍ଦାହାଣ୍ଡି ଡାକ୍ତରଖାନାରେ ରହିଥିଲେ । ଅପରପକ୍ଷେ ଦେଓବନ୍ଧ -ଭତା ଝର ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ବୃଦ୍ଧ ଗୁରୁତର ଥିବାବେଳେ ତାଙ୍କୁ ମଧ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

masiha

ପ୍ରାକୃତିକ ସମ୍ପଦ ଓ ଜୀବନ-ଜୀବିକାର ସୁରକ୍ଷା ଦାବୀ କଲା ପୂଜ୍ୟ ପୂଜା ସମିତି

Sunil Chandra Nayak

Leave a Comment

error: Content is protected !!