ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଦିବାସୀଙ୍କ ଅନ୍ୟନ୍ୟ ପର୍ବ ପୌଷପର୍ବ ସମାରୋହରେ ପାଳିତ

ମାଁ ମାଟିର ଶୁଖ ସମୃଦ୍ଧିbନେଇ ଗ୍ରାମଦେବୀଙ୍କୁ ପଶୁବଳି

ଜୁନାଗଡ଼,୧/୧/୨୩(ମ ନି ସ) ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଆଦିବାସୀ ଅଞ୍ଚଳ କୁରୁଗୁଡା ଠାରେ ଆଦିବାସୀଙ୍କ ଅନନ୍ୟ ପର୍ବ ପୌଷପର୍ବ ପାଳିତ ହୋଇଯାଇଛି । ଏହି ପର୍ବ ଏକମାସ ଧରି ଆରମ୍ଭ ହୋଇଥିଲା । ଏଥିରେ ମରାଜୋର ଏବଂ ମାଣିକାପଦର ଗ୍ରାମବାସୀ ମଧ୍ୟ ସାମିଲ ଥିଲେ । ପୂଜା ପୂର୍ବ ଦିନ ଦେବୀ ଗ୍ରାମ ପରିକ୍ରମା କରିଥିଲେ । ଆଜି ରାତିରେ ପୂଜା ହେବା ସହ ସକାଳ ୧୦ଟା ସମୟରେ ପୋଢ଼ବଳି ଦେଇଥିଲେ । ଏକ ମାସ ଧରି ଆରମ୍ଭ ହୋଇଥିବା ଏହି ପର୍ବରେ ଗ୍ରାମର ଗୌନ୍ତିଆ, ଝାଙ୍କର, ଯାନୀ, ଗ୍ରାମରକ୍ଷୀ ପ୍ରମୁଖ ଭୂମିକା ନିଭେଇଥିଲେ । କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଅଟେ । ଏହି ଜିଲ୍ଲାରେ ପୂର୍ବ ପୁରୁଷରୁ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଆଦିବାସୀଙ୍କ ଠାରେ ଦୃଢ଼ବିଶ୍ୱାସ ଅଛି ଯେ, ଯଦି ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ତାହେଲେ ଗ୍ରାମବାସୀମାନେ ସୁଖସମୃଦ୍ଧି ଓ ଧନଧାନ୍ୟରେ ପରିପୂର୍ଣ୍ଣ ହୁଅନ୍ତି । ତେଣୁ ଆଜି ଗ୍ରାମଦେବୀଙ୍କୁ ପଶୁବଳି ବା ପୋଢ଼ ବଳି ଦେଇ ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ କରାଯାଇଥିଲା ।ଏହି କାର୍ଯ୍ୟ ସମାପନ ପାଇଁ ଗ୍ରାମରେ କମିଟି ଗଠନ କରି ପ୍ରାୟ ସବୁ ବର୍ଗର ସାମିଲ ହୋଇ ଏହି ଆଦିବାସୀ ପରମ୍ପରାକୁ ସୁଚାରୁ ରୂପେ ଦାୟିତ୍ବ ତୁଲାଇ ଥିଲେ ।ଶାନ୍ତିଶୃଙ୍ଖଳା ପାଇଁ ଜୁନାଗଡ଼ ପୋଲିସ ବ୍ୟାପକ ପଦକ୍ଷେପ ନେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

ମା ଦଣ୍ଡକାଳୀ ପୂଜା

Sunil Chandra Nayak

ବାବା ବଟେଶ୍ବର ମନ୍ଦିରରେ ଜାଗର ଯାତ୍ରା

Sunil Chandra Nayak

Leave a Comment

error: Content is protected !!