ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ାରଜା ହାଇସ୍କୁଲର କର୍ମଚାରୀ ଙ୍କ ଅକାଳ ବିୟୋଗ

କୋକସରା,୧/୧- କୋକସରା ବ୍ଲକ ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ବଇଚନ ମାଝୀ (୫୬)ଙ୍କ କଟକ ମେଡିକାଲରେ ଶନିବାର ରାତିରେ ଦେହାନ୍ତ ହୋଇ ଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ମେଲାପି ବ୍ୟକ୍ତି ରହିଥିଲେ। ସେ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଯୋଗଦାନ କରି କାର୍ଯ୍ୟ କରୁଥିଲେ । ଆମପାଣି ପଞ୍ଚାୟତ ଡୁମେରବାହାଲ ତାଙ୍କ ନିଜ ଗାଁ ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ, ସ୍ତ୍ରୀ ଓ ମା ରହିଛନ୍ତି। ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅକାଳ ବିୟୋଗରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ଅକାଳ ବିୟୋଗକୁ ନେଇ ଆମପାଣି ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ 

masiha

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

masiha

ପଣ୍ଡିଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!