ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ପ୍ରଶାସନ କୁ ଆକୁଳ ନିବେଦନ

କାମାକ୍ଷନଗରର (ମ ନି ସ)୩୦/୧୨- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତର ନାଲ୍ମହନ ମହାରଣା ଙ୍କ ପୁଅ ବାବୁଲି ମହାରଣା ଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ। ବାବୁଲି ଥିଲେ ଜଣେ ଦିନ ମଜୁରିଆ,ଦିନ ମଜୁରିଆ କାମ କରି ନିଜର ପରିବାର ପ୍ରତିପୁସଣ କରୁଥିଲେ। ଗାଁ ରେ କାମ ନ ମିଳିବାରୁ ନିଜ ଗାଁ ଠାରୁ କାମାକ୍ଷାନଗର ପ୍ରାୟତ ୨୫ କିଲୋମିଟର ଦୂରରେ ଯାଇ ସେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ପ୍ରତେକ ଦିନ ଏମିତି କାର୍ଯ୍ୟ କରିବାକୁ ବାହାରି ପଡ଼ନ୍ତି ବାବୁଲି ମହାରଣା। ଏମିତି ଦିନେ କାମ କରିବା ସମୟରେ , ଅସାବଧନତା ପାଇଁ ତଳରେ ଖସି ପଡ଼ିଥିଲେ। ତଳରେ ପଡ଼ିଯିବା ପରେ ଡାହାଣ ପାଖର ଗୋଡ଼ ଟି ଅଚଳ ହେବାକୁ ଲାଗିଲା। ଦିନ ମଜୁରିଆ ହୋଇଥିବାରୁ ମେଡିକାଲ ଯିବା ତାଙ୍କ ପକ୍ଷେ ଅସମର୍ଥ ହୋଇ ପଡିଥିଲା। ଯାହା ରୁଜଗାର କରି ଆଣନ୍ତି ସେତିକିରେ ନିଜର ସ୍ତ୍ରୀ ଏବଂ ବାପା ମା ଙ୍କ ପେଟକୁ ଦାନା ଦିଅନ୍ତି। ଏମିତି ଦାରୁଣ ଦୁଃଖ ରେ ପରିବାରକୁ ନିଜେ ପୁସନ୍ତି। ଦୀର୍ଘ ୩ ବର୍ଷ ହେବ ନିଜ ସ୍ତ୍ରୀ ,ତିନି ପୁଅ, ଏବଂ ବାପା ମା ବାବୁଲି ଙ୍କୁ ଛାଡି ଆରପାରିକୁ ଚାଲି ଯିବା ପରେ ଏବେ ବେଶାହାରା ହୋଇଯାଇଛନ୍ତି ବାବୁଲି ମହାରଣା। ପଇସା ଅଭାବରୁ ଉତ୍ତମ ସ୍ବାସ୍ଥ୍ୟ ସେବା ରୁ ବଂଚିତ ଏବେ ବାବୁଲି ମହାରଣା। ବିକଳାଙ୍ଗ ଭତ୍ତା ପାଇଁ ଦୁଇ ଦୁଇ ଥର ଅନଲାଇନ କରିଥିଲେ ମଧ୍ୟ,କୌଣସି ପ୍ରକାର ସୁବିଧା ହେଇପାରି ନାହିଁ। ସୁବିଧା କହିଲେ କେବଳ ରାସନ ଚାଉଳ ୫ କେଜି। ବାବୁଲି ମହାରଣା ଏବେ ଜରି ପାଲ ଟଣା ,ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରୁଛନ୍ତି। ତେବେ ବାବୁଲି ମହାରଣା ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ଅନ୍ତୋଦୟ ଯୋଜନା , ବିକଳାଙ୍ଗ ଭତ୍ତା ରେ ଅନ୍ତର୍ଭୁକ୍ତ କରିବାକୁ ଭାରତୀୟ ମାନବାଧିକାର କମିଶନର ର କଙ୍କଡ଼ାହାଡ଼ ବ୍ଲକ କୁଡିନେଟର ପ୍ରବୀଣ ନାଏକ ଏବଂ ବି ଏଚ ଆର ସି ର ସଦସ୍ୟ କୃଷ୍ଣ ଚନ୍ଦ୍ର ବେହେରା,ଅର୍ଜୁନ ଚରଣ ସ୍ୱାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

ଗୁଡହାଣ୍ଡି ମଞ୍ଚରେ ୭୭ ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ

masiha

Leave a Comment

error: Content is protected !!