ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ପକ୍ଷରୁ2022ର ଶେଷ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସର କାଳିନ ବିଦାୟ ସମ୍ବଦ୍ଧନା 

ପଟ୍ଟାମୁଣ୍ଡାଇ// କେନ୍ଦ୍ରାପଡ଼ା ଜିଲ୍ଲାର ସବିଡ଼ିଭିଜନ ମାନ୍ୟତା ପାଇଁ ଦାବିଦାର ସହର ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ର କାର୍ଯ୍ୟରତ ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ନାୟକ ଙ୍କୁ ଅଫିସ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ଚାକରି ଜୀବନ ରୁ  ଅବସର ଓ ବର୍ଷ ର ଶେଷ ଦିନର ମୁହୂର୍ତ୍ତ କୁ ଏକ ସ୍ମରଣୀୟ ଭାବେ ମନେ ରଖିବା ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ଅଫିସ କର୍ମଚାରୀ , ସ୍ଥାନୀୟ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ସମ୍ପୃକ୍ତ କଣ୍ଟ୍ରାକ୍ଟର ମାନେ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ସହକାରୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ଜେନା,ଜୋତି ରଞ୍ଜନ ବେହେରା (କନିଷ୍ଠ ଯନ୍ତ୍ରୀ ଆଳି )କିଶୋର କୁମାର ଜେନା, (କ୍ୟାସିଅର ପଟ୍ଟାମୁଣ୍ଡାଇ )ଶଶିକାନ୍ତ ଧଳ (ଷ୍ଟୋର କିପର ପଟ୍ଟାମୁଣ୍ଡାଇ )ଗୁରୁ ଚରଣ ସାହୁ (ଅଫିସ ଡ୍ରାଇଭର )ମୋନାଲିସା ସାହୁ (ଅଫିସ ପିଅନ )ଦିବାକର ତରାଇ (ୱାଚମ୍ୟାନ )ଗଗନ ରାଉତ (ଖଲାସୀ )ସେକ୍ସନ -ୱାନ ର ବୁଦ୍ଧି ରାମ ମଳିକ, ଅଜୟ ବେହେରା, ଅଭିରାମ ମଳିକ, ସୁରେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ମଳିକ, ପ୍ରଶ୍ନ କୁମାର ରାଉତରାୟ, ।ଏଥି ସହିତ ଗୁରୁ ଚରଣ ବେହେରା  ପଟ୍ଟାମୁଣ୍ଡାଇ  ଅଫିସ କର୍ମଚାରୀ ମଧ୍ୟ  ଅବସର ନେଇଥିଲେ,! ଅନ୍ୟ ପଟେ  ରାଜନଗର ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ନଟ ବର ପ୍ରଧାନ ଙ୍କ ସହ ରାଜନଗର ପୂର୍ତ୍ତ ବିଭାଗ ର କ୍ୟାସିଅର ଶ୍ରୀ ବସନ୍ତ କୁମାର ବଳ ଓ ପଟ୍ଟାମୁଣ୍ଡାଇ ଅଫିସ ର ପୂର୍ବତନ କ୍ୟାସିଅର କଣ୍ଡୁରୀ ଚରଣ ଭଦ୍ର ଅବସର ବିଦାୟୀ କାଳିନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ  ଶ୍ରୀ ରାମ ଚନ୍ଦ୍ର ନାୟକ  ଆପଣ ମାନଙ୍କ ପାଖରେ ଯଦି ମୋ ଅଜାଣତ ରେ କିଛି ଯଦି ଭୁଲ କରି ବସି ଥାଏ ତେବେ ଆପଣ ମୋତେ କ୍ଷମା କରିବେ ବୋଲି ନିଜ ର ବକ୍ତବ୍ୟ ରେ କହିଥିଲେ,! ଶେଷ ରେ ଶ୍ରୀ ନାୟକ ଙ୍କୁ ଗାଡି ପାଖକୁ ସମସ୍ତ  କର୍ମଚାରୀ ଆସବାପତ୍ର ନେଇ ବଳେଇ ଦେବାକୁ ଯାଇଥିଲେ,!ଏକ ଭାବ ବିହ୍ବଳ  ପରିବେଶ କିଛି ସମୟ ପାଇଁ ସୃଷ୍ଟି ହୋଇଥିବାର ଦୃଶ୍ୟ ମାନ ଦେଖିବାକୁ ମିଳିଥିଲା,!

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (MASiHA NEWS )

Related posts

ବିଜେପି କର୍ମୀ ନିଷ୍ଠାବାନ ଓ କର୍ମଠ – ଜୁଏଲ ଓରାମ

masiha

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

masiha

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!