ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ-01-01-( ହୃଦାନନ୍ଦ ମେହେର)- ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚାରିଶମ୍ଭୁ ପୀଠ ଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚ।ୟତରାଜ ଓ ଜଳଯୋଗାଣ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଜୋଗଦେଇ ଗନ୍ଧରାଢୀ ମନ୍ଦିରର ମହିମା ଅନେକ ଯାହାକି ଆମକୁ ଅଗୋଚର ରହିଛି।ଗତ ବର୍ଷ ମହୋତ୍ସବରେ ଏକ ବିପଦରୁ ଆମକୁ ହର ଓ ହରି ରକ୍ଷା କରିଥିଲେ।ତେଣୁ ଚଳିତ ବର୍ଷ ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ କିପରି ଆକର୍ଷଣ ହୋଇ ସାରା ଦେଶରେ ଯେପରି ସୁନାମ ଅର୍ଜନ କରିବ ସେଥିପାଇଁ ଅଞ୍ଚଳବାସୀଙ୍କ  ସହଯୋଗର ଆବଶ୍ୟକ ରହିଛି। ଏହା ସହିତ ଗହଳି କୁ ନିୟନ୍ତ୍ରଣ କରିବା ପାଇଁ ଚାରିଶମ୍ଭୁ ଠାରୁ ଏକ ରାସ୍ତା ଗୁଡ଼ିଆଳି ଦେଇ ବୁରକଟାକୁ ସଂଯୋଗ କରିବ ସେଥିପାଇଁ ପ୍ରସ୍ତୁତ ଥିବା କହିଥିଲେ।ଏଥିପାଇଁ ସବୁ କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ।ସଂପାଦକ ଶମ୍ଭୁ ଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପଂଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ, କମିଟି ଉପ ସଭାପତି ବିଦ୍ୟାଧର ସ୍ଵାଇଁ,ସାମାଜିକ କର୍ମୀ ବିସିକେଶନ ପ୍ରଧାନ, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ତଥା କମିଟି ଉପ ସଭାପତି ମନରଞ୍ଜନ ପୁରୋହିତ, କୋଷାଧ୍ୟକ୍ଷ ନିରଞ୍ଜନ ଗିରି,ଶିକ୍ଷକ ସନ୍ତୋଷ କର୍ଣ, ସାହିତ୍ୟିକ ନିଳ ଲୋହିତ ମହାପାତ୍ର, ସାମାଜିକ କର୍ମୀ କୃତିବାସ ପଲିଆ, ଅବସର ପ୍ରାପ୍ତ ଶିକ୍ଷକ ନବୀନ କୁମାର ପ୍ରଧାନ, ଗନ୍ଧରାଡ଼ି ମହାବିଦ୍ୟାଳୟର ଅଧକ୍ଷ ପ୍ରଭାତ କୁମାର ସଥପଥୀ, ଶିକ୍ଷକ ଶବର ସେଠୀ, ଶିକ୍ଷକ ପ୍ରତାପ ବେହେରା, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ଓ ମହେଶ ପ୍ରସାଦ ଅଗ୍ରୱାଲ ଜୋଗଦେଇ ମହୋତ୍ସବ କିପରି ସରସ ସୁନ୍ଦର ହେବ ଏବଂ ଗତବର୍ଷର ବିଭ୍ରାଟ କୁ ସଂଶୋଧନ କରିବା ପାଇଁ କହିଥିଲେ।ଚଳିତ ବର୍ଷ ଜଗତି ହାଇସ୍କୁଲ ପଡିଆରେ ହେବା ପାଇଁ ସ୍ଥିର କରାଗଲା।ପଣ୍ଡିତ ସୁଶୀଳ କୁମାର ପାଣିଗ୍ରାହୀ ଫେବୃଆରୀ ୨୨ ରୁ ୨୬ ପର୍ଯ୍ୟନ୍ତ ମହୋତ୍ସବ ପାଇଁ ଶୁଭ ଲଗ୍ନ ଥିବା ପ୍ରକାଶ କରିଥିଲେ।ଏହାକୁ ସମସ୍ତେ ସମର୍ଥନ ଜଣାଇଥିଲେ।ଶେଷରେ ସହ ସମ୍ପାଦକ ସ୍ଵାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ମହୋତ୍ସବ କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ।

Related posts

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

Leave a Comment

error: Content is protected !!