ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସ୍ୱାଗତିକା ସାହୁ ଙ୍କ କବିତା l l ନୂଆ ବରଷ l l

l l ନୂଆ ବରଷ l l

                 ସ୍ୱାଗତିକା ସାହୁ

ହେ ନୂତନ ବର୍ଷ, ସମୟର ବ୍ୟବସ୍ଥିତ ଘୁର୍ଣ୍ଣନରେ
 ଆସ ନେଇ ଅମଳିନ ପ୍ରୀତିବାସ୍ନା ର ମହକ
ତୁମେତ ମଧୁର ମୂର୍ଛନାର ଭାବ ଗୀତି
ଅନୁପମ ରୂପକଳ୍ପ ଆକାଂକ୍ଷାର ଆଦ୍ୟାବିନ୍ଦୁ
ଅଜସ୍ର ଆତ୍ମୀୟତାର୍ ଛୁଆଁ ରେ
ଭରିଦେଵ ନୂତନ ଉଦ୍ଦୀପନା,ଉନ୍ମାଦନା
ଅବ୍ୟକ୍ତ ଭାବନାରେ କେତେ ଚିତ୍ର ଆଙ୍କେ
ଭୂଲି ମୁହୂର୍ମୁହୂ ଜନ୍ତ୍ରଣାର ଗାଥା
ଆଉ ମୃତ୍ୟୁ ରୂପକ ଆଲିଙ୍ଗନ…
ମଲା ଇଛାଙ୍କୁ ନିଦରୁ ଉଠାଇ
ଆଶା,ଏକ ଅପରୂପ ନୂତନ ବେଳାକୁ
କାକରର ଶିକ୍ତ ଧାରରେ ପାଦ ଥାପି ଆସ
ମୃଦ୍ୟୁ ହାସର ଅନୋଡା ଢଙ୍ଗରେ
ନେଇ ଶାଶ୍ୱତର ସୁଲଗ୍ନ ବେଳାକୁ
ଝଲସି ଉଠେ କୋଣାନୁ କୋଣା
ଏକ ନୂତନ ସିନ୍ଦୁରିତ ସୂର୍ଯ୍ୟୋଦୟ
ତୁମ ସ୍ୱାଗତରେ ଚିକ ମିକ ଆଲୋକର ମାଳା
ଆତସବାଜି ରେ ପ୍ରକମ୍ପିତ ଏ ଧରା
ସ୍ନିଗ୍ଧ ପରଶେ ଛୁଇଁ ଦିଅ
ହୋଇ ସୁଖର ବାଦଲ…
କାଳ ବକ୍ଷରେ ନିରର୍ଥକ ହେବା ପୁର୍ବରୁ
ଭରିଦିଅ ଭକ୍ତି ଭାବନାର ପ୍ରାବଲ୍ୟ
ପ୍ରତି ହୃଦେ ବିଛୁରିତ କର
ଅପୂର୍ବ ଦିବ୍ୟ ଭାଵ ତରଙ୍ଗ
ବାନ୍ଧି ଦିଅ ଏ ଧାରାକୁ ପ୍ରେମର
ଶିକ୍ତ କୋମଳ ଶିକୁଳିରେ
ଚେତନାରେ ଅଙ୍କୁରିତ ହେଉ
ଅନାଶକ୍ତର ସମୁଚିତ ସମ୍ପର୍କ
ପାଦ ରହୁ ପୁଣ୍ୟର ପବଛରେ

ଉମରକୋଟ,ନବରଙ୍ଗପୁର

Related posts

ସୁଜାତା ରାଉତ ଙ୍କ କବିତା // ପ୍ରଭାତୀ ଅନୁଚିନ୍ତା

Sunil Chandra Nayak

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ଗୋଟିଏ ସନେଟ : ଦୁର୍ଘଟଣା : ଜଗନ୍ନାଥ

ଅପର୍ତ୍ତି ସେଠୀ ଙ୍କ କବିତା // ମୁକ୍ତିଦ୍ଵାର

Sunil Chandra Nayak

Leave a Comment

error: Content is protected !!