ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

 ସୁସ୍ୱାଗତମ ନବ ବରଷ

              ଚନ୍ଦ୍ରକଳା ଦେବୀ

ସୁସ୍ୱାଗତମ ହେ ନବ ବରଷ
ସଭିଙ୍କ ମନରେ ଭର ହରଷ ||
ଶଙ୍ଖଫୁଙ୍କି ଦୀପଜାଳି ସ୍ବାଗତଂ
ହୁଳହୁଳି କରତାଳି ସ୍ବାଗତଂ ||
ଅଳସୀ ସୂରୁଜମୁଖୀ ସୋରିଷ 
ହଲି ଝୁଲି ନାଚି ଗାଇ ହରଷ ||
ବିହଙ୍ଗମ କଳରବେ ସ୍ୱାଗତ
ନିର୍ଝରିଣୀ କଳକଳେ ବହେତ ||
ସ୍ୱର୍ଣ୍ଣିମ ପାଟ ପିନ୍ଧିଣ ଧରିତ୍ରୀ
ନାନାବିଧ ପୁଷ୍ପେଶୋଭା ବର୍ଦ୍ଧନ୍ତି ||
ନବ ଉନ୍ମାଦନା ଓ ଉଦ୍ଦୀପନା 
ସବୁରି ମନେ ଭର ସମ୍ଭାବନା ||
ନବ ସୂରୁଜର ନବ କିରଣ
ଉଦ୍ଭାସିତ ହେଉ ସରବ ପ୍ରାଣ ||
ନୂତନଆଶା ଆବେଗ ଆକାଂକ୍ଷା
ମନେ ଭରିଦେଉ ଏ ମହାଦୀକ୍ଷା ||
ପୁଲକିତ କର ସାରା ଦୁନିଆ
ସଭି ମନେଜାଗ ଶାନ୍ତି ଓ ଦୟା ||
ଭର ସଭି ପ୍ରାଣେ ସୁରଭି ବାସ
ସବୁ ପ୍ରାଣେ ଜାଗୁ ଅମାପ ସୁଖ ||
ସବୁ ବାଧାବିଘ୍ନ କର ଯେ ଦୂର
ପୂର୍ବପରି ହେଉ ଧରା ଚଞ୍ଚଳ ||
ଅଭାବ କଷଣ ଯାଉ ଦୁରେଇ
ସୁଖ ସମୃଦ୍ଧିର ମହକ ଦେଇ ||
ହସ ଖୁସି ବାଣ୍ଟ ସଭିଙ୍କ ପ୍ରାଣେ
ଷଡ଼ ରିପୁ ଠାରୁ ରହିଣ ଦୂରେ ||
ଦ୍ବି ହଜାର ତେଇଶି ନବ ବରଷ
ହସ ଖୁସି ଭରୁ ତୁମ ପରଶ ||
ଓଡ଼ିଆଙ୍କ ମଣି ଜଗତ ନାଥ
ସଭିଙ୍କୁ ଘଣ୍ଟଯେ ଘୋଡାଇ ରଖ ||
ଆଡ଼ ନୟନରେ ଅନାଇ ଦେଖ
ସୁଖ ସମୃଦ୍ଧିରେ ସଭିଙ୍କୁ ରଖ ||

ବନ୍ଧୁଗାଁ , କୋରାପୁଟ

Related posts

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

Sunil Chandra Nayak

Leave a Comment

error: Content is protected !!