ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତୃପ୍ତି ରାଣୀ ପାତ୍ର ଙ୍କ କବିତା//ହେ ତେଇଶି

 ହେ ତେଇଶି

 

ତୃପ୍ତି ରାଣୀ ପାତ୍ର

ହେ ଦୁଇହଜାର ତେଇଶି
ନେଇ ଆସ ଧରି ସାଥେ ଖୁସି
ତୁମରି ପରଶେ ସୁଖି ହୋଇ ଆମେ
ଲଭୁଥିବୁ ସଦା ଖୁସି ହେ ତେଇଶି ।
ପରସ୍ପର ମଧ୍ୟେ ବାଣ୍ଟିଦିଅ ଆସି
ଦୟା କ୍ଷମା ସ୍ନେହ ଶ୍ରଦ୍ଧା ହସି
ଲାଞ୍ଚ ମିଛ ହିଂସା ଦ୍ୱେଷ ଦିଅ ନାଶି
ପ୍ରେମର ରୋଷଣୀ ଦିଅ ବରଷି
ହେ ତେଇଶି ହେ ତେଇଶି ।
ହେ ତେଇଶି ସାଥେ ନେଇଆସ ଏହି ଖୁସି
ମଧୁର ପରଶେ ସଭିଙ୍କ ଭିତରେ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ 
ସାମ୍ୟବାଦ ଦିଅ ବର୍ଷି ।
 ହେ ପ୍ରିୟ ତେଇଶି 
ଆସ ନେଇ ହସଖୁସି
ତୁମରି ସୁନେଲି କିରଣ ଝଲସି
ହଜିଯାଉ ରୋଗ ଦୁଃଖ ବିଧ୍ୱଂସି 
ହେ ତେଇଶି ହେ ତେଇଶି  
 ନେଇଆସ ତୁମେ ଖୁସି ବାସି 
ହେ ତେଇଶି ହେ ତେଇଶି ।

ସହଦେବଖୁଣ୍ଟା , ବାଲେଶ୍ଵର 

Related posts

ଅପର୍ତ୍ତି ସେଠୀ ଙ୍କ କବିତା !!! ପ୍ରେମ !!!

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ହେଜ ହେ ସୁମନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମଳୟ

Sunil Chandra Nayak

Leave a Comment

error: Content is protected !!