ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୁରୁଷ ବିଶ୍ଵକପ ହକି ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟ

ଭବାନୀପାଟଣା ତା ୨.୧.୨୦୨୩: ଜିଲ୍ଲା ପ୍ରଶାସନ ତଥା କ୍ରୀଡା ଓ ଯୁବ ସେବା ବିଭାଗ ,ଓଡ଼ିଶାଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଫୁଟବଲ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୩.୧.୨୦୨୩ ତାରିଖ ରୁ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ।ପୁରୁଷ ବିଶ୍ଵ କପ୍ ହକି ର ପ୍ରଚାର ପ୍ରସାର ଓ କ୍ରୀଡ଼ା ପରିବେଶକୁ ଉଜ୍ଜିବିତ ରଖିବା ପାଇଁ ଜିଲ୍ଲାରେ ଭଲିବଲ୍ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି।ଆସନ୍ତା ୩.୧.୨୦୨୩ ରିଖ ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଗ୍ରୁପ A ରେ ସକାଳ ୯.୦୦ ଘ୍ ରୁ କର୍ଲାମୁଣ୍ଡା,ଏମ ରାମପୁର,ଜୁନାଗଡ,ଲାଞ୍ଜିଗଡ,କଲମପୁର, ଥୁଆମୂଲ୍ ରାମପୁର, ଗୋଲାମୁଣ୍ଡା ଓ ଗ୍ରୁପ୍ B ରେ ଆସନ୍ତା ୪.୧.୨୦୨୩ ରେ ଭବାନୀପାଟଣା, ନର୍ଲା,କେସିଙ୍ଗା,କୋକସରା, ଜୟପାଟଣା,ଧର୍ମଗଡ ବ୍ଲକ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ।ଏହାର ଫାଇନାଲ ଖେଳ ୪.୧.୨୦୨୩ ଅପରାହ୍ନ ୪.୦୦ ଘ ସମୟରେ ଅନୁଷ୍ଠିତ ହେବ ।

ସେଭଳି ଆସନ୍ତା ୫.୧.୨୦୨୩ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗ୍ରୁପ A ରେ ସକାଳ ୯.୦୦ ଘ୍ ସମୟରୁ ଥୁଆମୂଲ୍ ରାମପୁର, ଭବାନୀପାଟଣା,କେସିଙ୍ଗା, ନର୍ଲା, ଲାଞ୍ଜିଗଡ, ଜୟପାଟଣା,ଗୋଲାମୁଣ୍ଡା ଓ ଆସନ୍ତା ୬.୧.୨୦୨୩ ରେ ଗ୍ରୁପ୍ B ରେ ଏମ ରାମପୁର,ଜୁନାଗଡ,କଲମପୁର,କୋକସରା କର୍ଲାମୁଣ୍ଡା,ଧର୍ମଗଡ ବ୍ଲକ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହାର ଫାଇନାଲ ଖେଳ ଆସନ୍ତା ୬.୧.୨୦୨୩ ରିଖ ଅପରାହ୍ନ ୪.୦୦ ଘ୍ ସମୟରେ ଅନୁଷ୍ଠିତ ହେବ ।ଏହି ଫୁଟବଲ ଏବଂ ଭଲିବଲ୍ ଖେଳରେ ଯୋଗଦାନ କରିବାକୁ ଓ ଖେଳାଲି ମାନଙ୍କୁ ଉତ୍ସାହିତ କରିବାକୁ ଜନ ସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି।

ମସିହା ନିଉଜ ସର୍ଭିସ୍ 

Related posts

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!