ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

ନୂଆପଡା, // ନୂଆପଡା ଜିଲ୍ଲା ସଦର ମହକୁମା ସର୍କିଟ ହାଉସ ଠାରେ ବିଶ୍ୱ ହକି କପ ଟ୍ରଫି ରାତ୍ରି ଜପନ କରି ସୋମବାର ଜିଲ୍ଲା ପରିକ୍ରମା ଯାତ୍ରା ଆରମ୍ଭ କରିଥିଲା। ମିନି ଷ୍ଟାଡିୟମ ଠାରେ ଏହି ଟ୍ରଫି କୁ ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇ ସ୍ବାଗତ ଏବଂ ସମ୍ବର୍ଦ୍ଧନା କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ସଚେତନ ନାଗରିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, କ୍ରୀଡାବିତି ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏକ ଶୋଭା ଯାତ୍ରା ରେ ନୂଆପଡା ନଗର ପରିକ୍ରମା କରିଥିଲେ। ପରେ ଟ୍ରଫି ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ପହଞ୍ଚି ଥିଲା। ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଭବ୍ୟ ସ୍ବାଗତ କରିଥିବା ବେଳେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ତହସିଲଦାର ସିନ୍ଧୁସୁତା ପାତ୍ର, ନଗରପାଳ ଉଜ୍ଜଳ ଗୁପ୍ତା, ଜିଲ୍ଲ ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟ ବନ୍ତ ସୁନା, ତନୟା ଶବର ପ୍ରମୁଖ ଯୋଗ ଦେଇଥିଲେ। ବୀରବାଦ୍ୟ ଘୁମୁରା ସହିତ ସଂସ୍କୃତି ଦଳ ଏବଂ ସ୍କୁଲ କଲେଜ ଛାତ୍ର ଛାତ୍ରୀ,ସାମିଲ ହୋଇଥିଲେ। ସେହିପରି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, କୃଷକ ମିତ୍ର ଶିକ୍ଷକ , ଶିକ୍ଷ୍ୟତ୍ରୀ ମାନେ ଯୋଗ ଦେଇ ଏହି ବିଶ୍ଵ କପ ଟ୍ରଫିକୁ ସ୍ଵାଂଗତ କରିଛନ୍ତି। ଓଡିଶା ଇତିହାସରେ ଦ୍ବିତୀୟ ଥର ପାଇଁ ହେଉଥିବା ରୁ ଓଡିଶା ସରକାରଙ୍କ ଖଡ଼ିଆଳ ବିଧାୟକ ସଧୁବାଦ ଜଣାଇଛନ୍ତି। ସେହିପରି ବିଶ୍ଵ ହକି କପ ପ୍ରସାର ପାଇଁ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମିନି ମାରାଥନ ନୂଆପଡା ଠାରେ ଅନୁଷ୍ଠିତ ହୋଇଥିଲା। ପରେ ମାରାଥନ ରେଲି ସିନାପାଲି ଠାରୁ ଆରମ୍ଭ ହୋଇ ନୂଆପଡା ଜିଲ୍ଲା ମହକୁମା ୧୦୦ କିଲୋମିଟର ଅତିକ୍ରମ କରିଅଛି। ଆଜି ହକି କପ ଟ୍ରଫି କୁ ଭବ୍ୟ ସ୍ଵାଂଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବ ଆଶୀଷ ଠାକୁର ପ୍ରକାଶ କରିଛନ୍ତି। ଏହି ବିଶ୍ଵ କପ ହକି ଟ୍ରଫି ଯାତ୍ରା ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ଉଜ୍ଜଳ ଗୁପ୍ତା କହିଛନ୍ତି। ନୂଆପଡା ଜିଲ୍ଲା ରୁ ଟ୍ରଫି ବଲାଙ୍ଗୀର ଜିଲା ଗସ୍ତ କରିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେଡିର କାର୍ଯ୍ୟକାରିଣି ବୈଠକ

masiha

ବ୍ଳକ ସ୍ତରୀୟ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା

masiha

ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ। ହେଲମେଟ ବିନା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା: ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!