ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଂଝାଲ ସମାଜ ପକ୍ଷରୁ ସହିଦ ଦିବସ ପାଳନ

ନର୍ଲା (ମନୀସ) କଳାହାଣ୍ଡି ଜିଲ୍ଲା ଏମ୍ .ରାମପୁର ବ୍ଲକ ଅଧିନସ୍ଥ ଅଲାତରା ପଞ୍ଚାୟତ ନରସିଂହପୁର ( ଲାଉମୁଣ୍ଡା ) ଗ୍ରାମରେ ବିଂଝାଲ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ମାଧୋ ସିଂହ ବରିହାଙ୍କ ୧୬୪ ତମ ସହିଦ ଦିବସ ପାଳିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ପଦ୍ମପୁର ବିଧାୟିକା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଏବଂ ସମ୍ମାନିତ ଅତିଥି ଭାବେ ମ. ରାମପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂଦେଓ ,ପୂର୍ବତନ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ , ବିଂଝାଲ ସମାଜର ଲାଟ ସଭାପତି ଶ୍ରୀ ହୃଷୀକେଶ ବରିହା, ଉପ ସଭାପତି ଶ୍ରୀ ଚନ୍ଦ୍ରଶେଖର ବାଗ , ସର୍ବ ଭାରତୀୟ ବିଂଝାଲ ସମାଜର ସାଧାରଣ ସମ୍ପାଦକ ଆଶାରାମ ବରିହା ,ଶଙ୍କର ମାଝୀ,ପ୍ରେମାନନ୍ଦ ବରିହା ,ବାବୁଲାଲ ବରିହା , ବିଂଝାଲ ସମାଜର ସଭାପତି ତୁଳସୀରାମ ବରିହା ଉତ୍ତର କୁମାର ବରିହା ଅଧ୍ୟାପକ ତୁରେକେଲା ମହାବିଦ୍ୟାଳୟ , କଳାହାଣ୍ଡି ଜିଲ୍ଲା ବିଂଝାଲ ସମାଜର ସଭାପତି ଶ୍ରୀ ସମ୍ପଦ ବରିହା ,ସମ୍ପାଦକ ସୁରୁ ବରିହା ଜିଲ୍ଲା କୋଷାଧ୍ୟକ୍ଷ ତଥା ଶିକ୍ଷାବିତ ହେମାଦ୍ରି ବରିହା ସଂଯୋଜକ ଭାବେ ଏବଂ ସମ୍ମାନିତ ଭାବେ ସ୍ବପ୍ନା ବରିହା , କଳାହାଣ୍ଡି ଜିଲ୍ଲା ଉପ ସଭାପତି ମହାଦେବ ବରିହା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା ସଂସ୍କୃତି ଗବେଷକ ମେଦିନୀଧର ଜାନୀ ମୁଖ୍ୟ ଅତିଥି ଭାବେ , ସାହିତ୍ୟିକ କୁଳମଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନରସିଂହପୁର ଗ୍ରାମର ସାଧାରଣ ସମ୍ପାଦକ ବିଶ୍ଵନାଥ ବରିହା ,ଗ୍ରାମ ସଭାପତି ଶ୍ରୀ ଭାଗିରଥି ବରିହା ,ବ୍ଲକ ସଭାପତି ଶ୍ରୀ ଲୋକନାଥ ବରିହା ଏବଂ କଳାହାଣ୍ଡି ବିଂଝାଲ ସମାଜର ଶ୍ରୀ ସମ୍ପଦ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ନରସିଂହପୁର ଗ୍ରାମର ଗଣେଶ ପୂଜା କମିଟିର ସଭାପତି ସୁମନ ବରିହା ଓ କମିଟିର ଯୁବକ ଭାଇ ସହଯୋଗ କରିଥିଲେ ।ସନ୍ଧ୍ୟାରେ ମାଁ ବିନ୍ଧ୍ୟ ବାସିନୀ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମାଣିକ ଫାଉଣ୍ଡେସନ ର ସଦଭାବନା ରାଲି ସହ ପଖାଳ ଦିବସ ପାଳନ

masiha

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

masiha

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

Leave a Comment

error: Content is protected !!