ଡାବୁଗାଁ, ୨/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧିନ କର୍ଲାବେଢା ଗ୍ରାମର ଇଚ୍ଛାବତୀ ଭତ୍ରା (୪୫) ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧିନ କର୍ଲାବେଢା ଗ୍ରାମର ଚାତ୍ରୀ ଭତ୍ରା ଙ୍କ ସ୍ତ୍ରୀ ଇଚ୍ଛାବତୀ ଭତ୍ରା ରବିବାର ସନ୍ଧ୍ୟାରେ ବାନ୍ତି କରିଥିଲେ | ଇଚ୍ଛାବତୀ ବାରମ୍ବାର ବାନ୍ତି କରିବା ଦେଖି ପରିବାର ଲୋକେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମଧ୍ୟାନ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ସ୍ଵାମୀ ଚାତ୍ରୀ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତ୍ୟୁର କାରଣ ଜଣାପଡିନାହିଁ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ ୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ