ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ

ଡାବୁଗାଁ, ୨/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧିନ କର୍ଲାବେଢା ଗ୍ରାମର ଇଚ୍ଛାବତୀ ଭତ୍ରା (୪୫) ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧିନ କର୍ଲାବେଢା ଗ୍ରାମର ଚାତ୍ରୀ ଭତ୍ରା ଙ୍କ ସ୍ତ୍ରୀ ଇଚ୍ଛାବତୀ ଭତ୍ରା ରବିବାର ସନ୍ଧ୍ୟାରେ ବାନ୍ତି କରିଥିଲେ | ଇଚ୍ଛାବତୀ ବାରମ୍ବାର ବାନ୍ତି କରିବା ଦେଖି ପରିବାର ଲୋକେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମଧ୍ୟାନ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ସ୍ଵାମୀ ଚାତ୍ରୀ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତ୍ୟୁର କାରଣ ଜଣାପଡିନାହିଁ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ ୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ

masiha

ଜାତୀୟ ବାଳିକା ଦିବସ ପାଳିତ 

masiha

Leave a Comment

error: Content is protected !!