ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା 

ରାୟଗଡ଼: 8/6/2023 ଆଜି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡର ମିଳିତ ଉଦ୍ୟମରେ ରାୟଗଡ଼ ଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ସଚେତନତା ପଦଯାତ୍ରା ରାୟଗଡ଼ ସହରର କୋରାପୁଟ ଛକ ଠାରୁ ଆରମ୍ଭ ହୋଇ ଆର କେ ନଗର, ଡାକ୍ତରଖାନା ଛକ, ମୁଖ୍ୟ ବଜାର, ମୁଖ୍ୟ ସଡକ, ବସ ଷ୍ଟାଣ୍ଡ ପ୍ରମୁଖ ଅଞ୍ଚଳ ଦେଇ କୋରାପୁଟ ଛକ ଠାରେ ସମାପନ ହୋଇଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜାସ୍ମିନ ଶୁ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ଵର ସାହୁ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । 

ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ନିର୍ମାଣ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସମେତ ରାୟଗଡ଼ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ଗୀତାଞ୍ଜଳି ପାଢୀ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ଅଦ୍ଵିକା କ୍ଲବର କିଶୋରୀ ବାଳିକା ମାନେ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ୬ ରୁ ୧୪ ବର୍ଷର ସମସ୍ତ ଶିଶୁଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ଓ ସର୍ବୋପରି ରାୟଗଡ଼ ଜିଲ୍ଲାକୁ ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ସଂକଲ୍ପ ନେବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ସାହୁ ଏହି ଅବସରରେ କହିଥିଲେ ଯେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ଏକ ମାସ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ସେ କହିଥିଲେ ଯେ ଯଦି କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥାନ୍ତି ତେବେ ନିଯୁକ୍ତି ଦେଇଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ କହିଥିଲେ ଯେ ଏହି ସଚେତନତା କାର୍ଯ୍ୟକ୍ରମ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଯଦି କୌଣସି ସ୍ଥାନରେ ଶିଶୁ ଶ୍ରମିକ ଚିହ୍ନଟ ହୁଅନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ପୋଲିସ ଏବଂ ଶ୍ରମିକ ଙ୍କୁ ଉଦ୍ଧାରରେ ସହଯୋଗ କାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ 

ବାବା ଭୀମରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!