ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୧ ମୃତ

ଡାବୁଗାଁ, ୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ | ସୂଚନାଯୋଗ୍ୟ:- ଗୁରୁବାର ଅପରାହ୍ନରେ ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମର ରାଜୀବ ଗୌଡ ଓ ଚନ୍ଦନ ଗୌଡ ଏକ ମୋଟରସାଇକେଲ ନଂ ଓଡି ୧୦ ଜି ୦୫୫୬ ଯୋଗେ ଘରୁ ବାହାରି ଡାବୁଗାଁ କୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟରସାଇକେଲ ନଂ ଓଡି ୨୪ ଜି ୭୩୭୩ ରେ ସେହି ଗ୍ରାମର କୁବେର ଗୌଡ ଘରକୁ ଫେରୁଥିଲେ | ସେହି ସମୟରେ ଗ୍ରାମ ନିକଟ ନର୍ସରୀ ରାସ୍ତା ର ବୁଲାଣି ଉପରେ ଉଭୟ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ଗାଡିରେ ଥିବା ଯୁବକ ମାନେ ତଳେ ପଡି ଆହତ ହୋଇଥିଲେ | ୩ ଜଣଙ୍କ ମଧ୍ୟରୁ ରାଜୀବ ଗୌଡ (୩୦)ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ସ୍ତ୍ରୀ ପନିତା ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୧୧୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

Leave a Comment

error: Content is protected !!