ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁରରେ ୨ଶହ ୟୁନିଟ୍ ଦେୟ ମୂକ୍ତ ବିଜୁଳି ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଆପ୍ ର ଦାବି

ନବରଙ୍ଗପୁର,୮/୬(ମସିହା) ନବରଙ୍ଗୁରରେ ଜିଲ୍ଲା ର ଆପ୍ କର୍ମକର୍ତ୍ତା ମାନେ ଗତ କାଲି ରାଲି ରେ ଯୋଗ ଦେବାକୁ ଜୟପୁର ଠାରୁ ଟ୍ରେନ ଯୋଗେ ଭୁବନେଶ୍ଵର ବାହାରିଥିଲେ। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ସତ ହେଲେ,ଏ ରାଜ୍ୟ ରେ ହୁ ହୁ ହୋଇ ବିଦ୍ୟୁତ୍ ଦର୍ ବଢୁଛି। ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ସରକାର ବିଦ୍ୟୁତ୍ କୁ ନେଇ ସଂସ୍କାର ଉପରେ ସଂସ୍କାର କରୁଛନ୍ତି। ପ୍ରତି ବର୍ଷ ବିଦ୍ୟୁତ୍ ଦର ବୃଦ୍ଧି କରିଚାଲିଛନ୍ତି। ନିଜେ ସରକାର ଚଳାଇବାକୁ ଅକ୍ଷମ ହୋଇ ଘରୋଇ ସଂସ୍ଥା ହାତରେ ହାତ ଟେକି ଦେଉଛନ୍ତି।ଯାହା ଫଳରେ ଗଛର ପତ୍ର ହଲିଲେ ବିଦ୍ୟୁତ୍ କଟ ହେଉଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜରୁରୀ ପାଇଁ ବ୍ୟବହାର ହେଉଥିବା ଜେନେରେଟର ଅକାମୀ ହୋଇଯାଇଛି। ଶାସକ ଦଳର ସାଂସଦ ବିଧାୟକ ସବୁ ଜାଣି ବି ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି।ହେଲେ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଲାଇଟ୍ ଦେଖାଇଲେ ଚିକିତ୍ସା କରା ଯାଉଛି। ଏହାଠୁ ବଡ ଲଜ୍ୟା ର ବିଷୟ କଣ ହୋଇ ପାରେ। ଦିଲ୍ଲୀ, ପଞ୍ଜାବ ର ଶାସକ ସରକାର ବିଦ୍ୟୁତ୍ କିଣି ମାଗଣା ରେ ବିଦ୍ୟୁତ୍ ଯୋଗାଉଥିବା ବେଳେ ଓଡ଼ିଶାରେ ନବରଙ୍ଗପୁର ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି । ବିଦ୍ୟୁତ୍ ବାବଦରେ ବିଭିନ୍ନ ଶିଳ୍ପ ପତି ଙ୍କୁ ହଜାର ହଜାର କୋଟି ଟଙ୍କା ଛାଡ କରୁଥିବା ବେଳେ ନିରୀହ ଆଦିବାସୀଙ୍କୁ ଜୁଲମ କରୁଛନ୍ତି ରାଜ୍ୟ ସରକାର। ସାରା ଭାରତରେ ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ ଯେଉଁ ସରକାର କି ସବ୍ ସିଡି ବାବଦରେ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରୁନଥିବା ସରକାର। ଦିଲ୍ଲୀ ବିଦ୍ୟୁତ୍ ଉତ୍ପାଦନ ନ କରି ମଧ୍ୟ ବାହାର ରାଜ୍ୟ ରୁ କିଣି ନିଜ ରାଜ୍ୟ ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ୨ଶହ ୟୁନିଟ୍ ଯାଏ ମାଗଣା ୪ଶହ ହେଲେ ଶତକଡା ୫୦ଭାଗ ଚାଡ଼ କରିଛନ୍ତି। ଏଣୁ ଦିଲ୍ଲୀ ଭଳି ଆମ ଜିଲ୍ଲା ସମେତ ୩୦ଜିଲ୍ଲା ରେ ବିଦ୍ୟୁତ୍ ୨ଶହ ୟୁନିଟ୍ ଛାଡ କରିବାକୁ ନବରଙ୍ଗପୁର ଆପ୍ କର୍ମକର୍ତ୍ତା ମାନେ ରାଜ୍ୟ ସ୍ତରୀୟ ବିଦ୍ୟୁତ୍ ଛାଡ ଆନ୍ଧୋନଳ ରେ ଦାବି କରିଥିଲେ। ଆଜି ମାଷ୍ଟର କେଣ୍ଟିନ ରେ ରାଜ୍ୟ ସ୍ତରୀୟ ବିଦ୍ୟୁତ୍ ଚାଡ଼ ଆନ୍ଧୋନଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ରୁ ଆସିଥିବା ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କାଦିୟାନ୍ ଯୋଗ ଦେଇ ବିଦ୍ୟୁତ୍ ଦର ବିଷୟରେ ବକ୍ତବ୍ୟ ରଖି ଓଡ଼ିଶା ସରକାରଙ୍କୁ ମଧ୍ୟ ଦିଲ୍ଲୀ ଭଳି ୨ ୟୁନିଟ୍ ବିଦ୍ୟୁତ୍ ଛାଡ କରିବାକୁ ଦାବି କରିଥିଲେ।ଏହା ଓଡ଼ିଶା ବାସି ଙ୍କ ଦାବି ନୁହେଁ ଅଧିକାର ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଦିଲ୍ଲୀ ଆପ୍ ବିଧାୟକ ବୀରେନ୍ଦ୍ର ସିଂ କାତିଆନ ଶେଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ନିଜ ରାଜ୍ୟ ରେ ବିଦ୍ୟୁତ୍ ଉତ୍ପାଦନ କରି ଗ୍ରାହକ ମାନଙ୍କୁ ମାଗଣା ରେ ବିଦ୍ୟୁତ୍ ଯୋଗାଇ ପାରୁ ନ ଥିବା ବେଳେ ଦିଲ୍ଲୀ ସରକାର ଅନ୍ୟ ରାଜ୍ୟ ରୁ କିଣି ୨ଶହ ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇଛି ଏଣୁ ଓଡ଼ିଶାରେ ମଧ୍ୟ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ।ଏକ ବିରାଟ ରାଲୀ ରେ ବାହାରି ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ଏହି ଦାବି ପତ୍ର ଦେବା ସମୟରେ ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର, କଳାହାଣ୍ଡି ଲୋକସଭା ସଂଯୋଜକ କୃତିବାସ ମୁଣ୍ଡ, ନବରଙ୍ଗପୁର ଆପ୍ ଜିଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ମତିଲାଲ୍ ହଂସ, ପ୍ରଦୀପ କ୍ରିଷ୍ଣା ମହନ୍ତ, ହାନେସ ବାଘ, ଭୁବନେଶ୍ଵର ସାଗର ସମେତ ଶତାଧିକ ନବରଙ୍ଗପୁର ଆପ୍ କର୍ମକର୍ତ୍ତା ଯୋଗଦେଇ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!