ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

କୋକସରା,୨୩/୬ // ଜୁନ ୨୩ ତାରିଖକୁ ଭାରତୀୟ ରାଷ୍ଟ୍ରବାଦୀ ଜନ ନେତା ସ୍ବର୍ଗତ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଭାବେ ପାଳନ କରାଯାଇଛି। ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟିର ଦଲୀୟ କର୍ମକର୍ତ୍ତା ମାନେ କୋକସରା ବିଜେପି କାର୍ଯ୍ୟାଳୟରେ ବଳିଦାନ ଦିବସ ପାଳନ କରିଛନ୍ତି। କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନିଙ୍କ ସଭାପତିତ୍ୱରେ ଡ଼.. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବାସହ ଡ଼. ମୁଖାର୍ଜୀଙ୍କ ବଳିଦାନ ଭାରତ ସ୍ୱାଧୀନତା ସଂଗ୍ରାମରେ ଜଣେ ରାଷ୍ଟ୍ରବାଦୀ ଜନନେତା ଭାବେ ସବୁଦିନେ ସ୍ମରଣୀୟ ହୋଇ ରହିବ ବୋଳି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ। ବଳିଦାନ ଦିବସ ପାଳନରେ ସ୍ୱାଗତ ଭାଷଣ ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ଉପ ସଭାପତି ସୁଧୀର କୁମାର ପାତ୍ର, ମୁକୁନ୍ଦ ପଟ୍ଟନାୟକ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ପ୍ରମୋଦ କୁମାର ପ୍ରଧାନି, ଓବିସି ମୋର୍ଚ୍ଚା ସଭାପତି କ୍ଷେତ୍ର ମୋହନ ବାଗ, ଏସ ସି ମୋର୍ଚ୍ଚା ସଭାପତି ସୋମନାଥ ବାଗ, ମୋତିଲାଲ ନାଏକ, ଦୈତାରି ବାରିକ, ରଞ୍ଜିତ ପୋଢ଼, ଭାବଗ୍ରାହୀ ପ୍ରଧାନୀ, ଧର୍ମାନନ୍ଦ ନେଗି, ରାଜୁ ଶବର, ସାରଳା ପ୍ରଧାନୀ, ବସନ୍ତ ନାଗ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ସେହିପରି ଆମପାଣି ବିଜେପି ମଣ୍ଡଳ ପକ୍ଷରୁ ଅର୍ଜୁନ ଭାଟିଙ୍କ ତତ୍ୱାବଧାନରେ ଭୁର୍ଷାଗୁଡା ଠାରେ ବଳିଦାନ ଦିବସ ପାଳନ କରାଯାଇଛି।ମହିଳା ନେତ୍ରୀ ଧରିତ୍ରୀ ବାଗ, ମଣ୍ଡଳ ସାଧାରଣ ସମ୍ପାଦକ ମଧୁବନ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଚକ୍ରଧର ବେଶ୍ରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

masiha

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

ବିଜେପି ଦଳର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!