ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବସ୍ତା,27/12 : ବାଲେଶ୍ବର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ଏକ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି ବସ୍ତା ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ କୁମାର ରାଉଳ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି ର ବସ୍ତା ବ୍ଳକର ସଭାପତି ମାନସ ରଞ୍ଜନ ଜେନା , ସମ୍ପାଦକ ସୋମନାଥ ରାଉତ, ସହସମ୍ପାଦକ ସଂଗ୍ରାମ କେଶରୀ ମିଶ୍ର , ନାରୀ ସଭାନେତ୍ରୀ ଜୟନ୍ତୀ ଦାସ ନାରୀ ଉପ ସଭାନେତ୍ରୀ ହେମଲତା ପ୍ରଧାନ , ଉପ ଜୋନ ସଭାପତି ଜୟଦୁ ବକ୍ସ ,ଉପଦେଷ୍ଟା ଦିଲ୍ଲୀପ ମହାନ୍ତି ,ବସ୍ତା ବ୍ଳକର ସମସ୍ତ ପଞ୍ଚାୟତର ସଭାପତି ଏବଂ ,ବସ୍ତା ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏହି ସଭାରେ ଆମ୍ ଆଦମୀ ପାର୍ଟି ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୁଇଶହ ୟୁନିଟ୍ ବିଜୁଳି, ଶିକ୍ଷା , ସ୍ବାସ୍ଥ୍ୟ, ପାଣି ଓ ରୋଜଗାର ଆଦି ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ ବସ୍ତା ବିଧାନସଭା ରେ କିପରି ଭାବରେ ଅଧିକ ରୁ ଅଧିକ ସଭ୍ଯ ସଂଗ୍ରହ କରିବାକୁ ହେବ ଏବଂ ସଭ୍ୟ ମାନେ କିପରି ୧୦୦ ରୁ ଊର୍ଦ୍ଧ୍ବ ନୂତନ ସଭ୍ୟ ପଞ୍ଜିକରଣ କରିବେ ତାହା ମଧ୍ୟ ଆଲୋଚନା କରାଯାଇଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

ନବରଙ୍ଗପୁରରେ ୨ଶହ ୟୁନିଟ୍ ଦେୟ ମୂକ୍ତ ବିଜୁଳି ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଆପ୍ ର ଦାବି

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

masiha

Leave a Comment

error: Content is protected !!