ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖ୍ରୀଷ୍ଟିଆନ ଆସୋସିଏସନ୍ ର ୪୦ତମ ଖ୍ରୀଷ୍ଟମାସ ମିଳନ

ଖ୍ରୀଷ୍ଟିଆନ ଆସୋସିଏସନ୍ ର ୪୦ତମ ଖ୍ରୀଷ୍ଟମାସ ମିଳନ

ରାଉରକେଲା/ ଝିରପାଣି ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ଦୁଇଦିନ ଧରି ଖ୍ରୀଷ୍ଟମାସ ମିଳନ ମିଶନ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ପ୍ରାକ୍ତନ କାଉନସିଲର ରସିଦ ଆସଲମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଅଜୟ ଖାଲଖୋ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ସୁଶିଲ କୁମାର କିଣ୍ଡୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଫାଦର ଅମିତ୍ ଏକ୍କା ପ୍ରାର୍ଥନା ପାଠ କରିଥିବା ବେଳେ ଆଲିଶା ଲାଗୁନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ଭାବେ ସିଷ୍ଟର ଅନିତା ବାନ୍ଦୋଡ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରବନ୍ଧକ ଯୁଗଳ କିଶୋର ମିଞ୍ଜ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରିବାପାଇଁ ଆହ୍ବାନ ଦେଇଥିଲେ। ଶଶିଭୂଷଣ କୁଜୁର,ପାଷ୍ଟର ଅଜୟ ମିଞ୍ଜ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଦ୍ବିତୀୟ ଦିନ ମୁଖ୍ୟ ଅତିଥି ଭାବେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୈ।ହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ ଖ୍ରୀଷ୍ଟମାସ ଓ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ବୋଲି କାମନା କରିଥିଲେ। ପ୍ରଦୁଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ରମେଶ ଏକ୍କା ପ୍ରଦୂଷଣ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ଅଜିତ ତିର୍କି, ସମାଜସେବୀ ଗଣେଶ ଲୋହାର, ମହେନ୍ଦ୍ର ମହାନ୍ତି ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ଅଜୟ ଏକ୍କା ଓ ସୁଶିଲ କିଣ୍ଡୋ ପରିଚାଳନା କରିଥିଲେ। ପ୍ରାରମ୍ଭିକ ପ୍ରାର୍ଥନା ପାଷ୍ଟର ମାର୍କସ କେରକେଟା ଗାନ କରିଥିଲା ବେଳେ ସାନ୍ତାକ୍ରୁଜ ସମସ୍ତଙ୍କୁ ଉପହାର ଓ ଖୁସି ବାଣ୍ଟିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ପଵନ ଓ ସମୀର ହେମ୍ରମ ଗୃପ ତରଫରୁ ମ୍ୟୁଜିକାଲ ନାଇଟ ପରିବେଷଣ କରାଯାଇଥିଲା। ଅଜୟ ଖାଲଖୋ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସର୍ବଶ୍ରୀ ଅମିତ ବାରା,ମନିଷ ତିର୍କି,ରାଜେଶ ଟପ୍ପୋ, ବିଜୟ ବାରା,କସପାଲ ଏକ୍କା, ମକସୁଦ ଅଲ୍ଲି, ଆଲେକଜାଣ୍ଡାର ବୋଷ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!