ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ଜିତୁ କମ୍ପ୍ଲେକ୍ସ୍ ଠାରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ରୁପ୍ରା ୧୫/୬ ( ମନିସ) : ନର୍ଲାବ୍ଲକ୍ ନର୍ଲା ସ୍ଥିତ ଜିତୁ କମ୍ପ୍ଲେକ୍ସ୍ ଠାରେ ଆଜି ଅପରାହ୍ନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାଏକଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି, ଓଡିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦିକା ଡି ପୁରନ୍ଦେଶ୍ୱରୀ, କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅନିରୁଦ୍ଧ ପଧାନ, ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର, ନୂଆପଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ସୋନପୁର ପ୍ରଭାରୀ ଶ୍ରୀ ଭବେନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ, ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିପଜ୍ୟୋତି ମୁଣ୍ଡ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ପ୍ରଥମେ ଅତିଥି ଗଣ ଭାରତ ମାତାଙ୍କ ଫଟୋରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ଅତିଥି ଗଣ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ୯ ବର୍ଷ (୨୦୧୪ ରୁ ୨୦୨୩) ପୁର୍ତ୍ତି ଉପଲକ୍ଷେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର ଯୋଜନା ବାବଦରେ ମତବ୍ୟକ୍ତ କରିଥିଲେ। ନୂଆପଡ଼ା ପ୍ରଭାରୀ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ନର୍ଲା ଠାରେ ପ୍ରସ୍ତାବିତ ରେଳ ଇଞ୍ଜିନ କାରଖାନା ଓ ଅସୁରଗଡ ଦୁର୍ଗ ବାବଦରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଆଲୋଚନା କରିବାକୁ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା କହିଲେ ଲୋକଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ର ସରକାର କଳାହାଣ୍ଡି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଓଭରବ୍ରିଜ ନିର୍ମାଣ କରେଇବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ବାବଦରେ ଅବଗତ କରାଇଥିଲେ, ସେହିପରି ବିଭିନ୍ନ ସାରରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସବସିଡି ବାବଦରେ ମତବ୍ୟକ୍ତ କରିଥିଲେ, ଏହା ବ୍ୟତୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅନୁଦାନ ବାବଦରେ ସୂଚନା ପ୍ରଦାନ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରଜ୍ୟ ହାଇଜାକ୍ କରି ନାମ ପରିବର୍ତ୍ତନ କରୁଥିବା ବାବଦରେ ମଧ୍ୟ ସୂଚନା ଦେଇଥିଲେ। ଆଗାମୀ ନିର୍ବାଚନରେ ଯେପରି ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବ, ସେଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ସଦସ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ କହିଥିଲେ। ମୁଖ୍ୟ ଅତିଥି ଡି. ପୁରନ୍ଦେଶ୍ୱରୀ ନିଜ ପ୍ରତିକ୍ରିୟାରେ କହିଲେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର କିପରି ଏହାର ମୁକାବିଲା କରିଥିଲେ, ସେବାବଦରେ ସୂଚନା ପ୍ରଦାନ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ ହଠାତ୍ ପ୍ରବଳ ବର୍ଷା ହୋଇଥିବାରୁ ଏହି ବର୍ଷା ଆମକୁ ସ୍ୱାଗତ କରୁଛି ବୋଲି କହିଥିଲେ। ଉକ୍ତ ବୈଠକରେ ବିଭିନ୍ନ ମୋର୍ଚ୍ଚାର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ଶତାଧିକ ମହିଳା ସଦସ୍ୟା ଓ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

masiha

ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ, ନ୍ୟାର୍ଯ୍ୟ ଦାବିକୁ ପୂରଣ କରୁନି ଜିଲ୍ଳା ପ୍ରଶାସନ

Sunil Chandra Nayak

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!