ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

ମୟୂରଭଞ୍ଜ:- ୦୨/୦୧/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ବଳଦାରୋଡ ରେଳ ଷ୍ଟେଷନ ନିକଟ ଲାଇଲମ ଘାଟୀ ରେଳ ଧାରଣା ନିକଟ ବିଦ୍ୟୁତ୍ ଖୁଣ୍ଟରେ ଚଢି ଜନୈକ ଯୁବକ ଗୁରୁତର।

    ସୂଚନା ଅନୁସାରେ ଝାରଖଣ୍ଡ ସୀମାନ୍ତ କୁଆଳି ଥାନା ଅନ୍ତର୍ଗତ ସିଧିରସାଇ ନିକଟସ୍ଥ ଜଜଡିହି ଗ୍ରାମର କିଛି ଯୁବକ ବଣ ଭୋଜି କରିବାକୁ ଆସିଥିଲେ। ବଣ ଭୋଜିରେ ଖିଆପିଆ ସରିଲା ପରେ ରହିତ ସର୍ଦ୍ଧାର ନାମକ ଯୁବକ ରେଳଧାରଣା ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟରେ ଚଢି ଯାଇଥିଲା। ଡାହାଣ ହାତରେ ବିଦ୍ୟୁତ ଆଘାତ ଲାଗିବା ଫଳରେ ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲା। ସୌଭାଗ୍ୟ ବସତଃ ଯୁବକ ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ବଣ ଭୋଜି କରିବାକୁ ଆସିଥିବା ଅନ୍ୟ ଯୁବକ ମାନେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜିଆରପି ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଯୁବକକୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଜିଆରପି ପୋଲିସ୍ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଥିବାବେଳେ ଉକ୍ତ ଯୁବକଟି ବିଦ୍ୟୁତ୍ ଖୁଣ୍ଟକୁ କାହିଁକି ଚଢିଥିଲା ତାହା ଜଣା ପଡିନାହିଁ।

   
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା: ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ୍ ଓ ପ୍ରବାସୀ ପରିବାରର ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

Sunil Chandra Nayak

ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଘଟଣା  ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦଳିତ ଆଦିବାସୀ ମହାସଂଘ 

Sunil Chandra Nayak

Leave a Comment

error: Content is protected !!