ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦ ରେ ଏସପି ଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି //ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜ ରେ ସମ୍ବାଦ ପ୍ରକାଶ ପାଇଥିଲା ।ସମ୍ପୃକ୍ତ ଠିକାଦାର ଓ ତାଙ୍କ ଦୁଇ ପୋଷାଗୁଣ୍ଡା ସାମ୍ବାଦିକ ରାଜୁ ପାହାଡ଼ ଙ୍କୁ ଫୋନ ଯୋଗେ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହ ଜୀବନ ରେ ମାରିଦେବା ପାଇଁ ଧମକ ଦେବା ଘଟଣା କୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସମର୍କରେ ଜୟପାଟଣା ଥାନା ରେ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରଆଯାଇଛି । କଳାହାଣ୍ଡି ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଏସପି ଅଭିଳାଷ ଜି ଙ୍କୁ ଭେଟି ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀ ମାନଙ୍କ ବିତୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏସ ୟୁ ଯେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ରାଜୁ ପାହାଡ଼, ରଘୁମଣି ପୁଝାରୀ,ମଞ୍ଜୁର ଇଲାହି,ଅରୁଣ ସାହୁ, କେଶବ ସୁନାନୀ, ଅମଜଦ ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ଠିକାଦାର ଓ ତାଙ୍କ ପୋଷା ଗୁଣ୍ଡା ମାନଙ୍କ ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ ।ଏସପି ଏହି ଘଟଣା ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଗ୍ରାମାଞ୍ଚଳ ର କର୍ତବ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ନିଶ୍ଚିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି । ସମ୍ପ୍ରତି ସାମ୍ବାଦିକ ମାନଙ୍କ ଉପରେ ଏଭଳି ଆକ୍ରୋଶ ମୂଳକ ଘଟଣା ରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡା ଙ୍କ ରିପୋର୍ଟ 

Related posts

ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗର ବାର୍ତ୍ତା: କୋଇଡାରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

ହିନ୍ଦୋଳ ଓକିଲ ସଙ୍ଘ ନିର୍ବାଚନ,ପୁଣି ସୁଶୀଲ ସଭାପତି,ପ୍ରକାଶ ସମ୍ପାଦକ

Sunil Chandra Nayak

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ  ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

masiha

Leave a Comment

error: Content is protected !!