ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ କର୍ମୀ ଦ୍ୱାରା ସ୍ୱଛତା ପକ୍ଷ ପାଳିତ

 କାମାକ୍ଷାନଗର (ମ ନି ସ)୦୨/୦୧//ଢେଙ୍କାନାଳ ଜିଲ୍ଲା ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ଆହ୍ୱାନ କୁ ସାକାର କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଙ୍କ ଦ୍ୱାରା ସ୍ୱଛତା ପକ୍ଷ ପାଳିତ ହୋଇଯାଇଛି |ଏହି ପକ୍ଷ ପାଳନ ନିମନ୍ତେ ଏନଜିଓ ସଂସ୍ଥା ଶୋଭା , ସ୍ଥାନୀୟ ସରପଞ୍ଚ ଓ ସମିତି ମେମ୍ବର,ମାର୍କେଟ କମିଟି ସଦସ୍ୟ ସାମିଲ ଥିଲେ |ତେବେ ଏହି ସ୍ୱଛତା କୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ର ନାରା ରେ ସ୍ୱାସ୍ଥ୍ୟକର୍ମୀ ମାନେ ମାର୍କେଟ ପରିକ୍ରମା କରିଥିଲେ |ସେପଟେ ଏହି ପକ୍ଷ ପାଳନ ର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରତେକ ଗୋଷ୍ଠୀ ବା ସାହି ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ମାର୍କେଟ, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି କୁ କିଭଳି ସ୍ୱଛ ରଖା ଯିବା ସେ ନେଇ ଲୋକଙ୍କୁ ସଚେତନ କରାଯାଉଛି |ଏହି ସ୍ୱଛତା ହିଁ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ, ଆଉ ସେହି ସ୍ୱଚ୍ଛ ପରିବେଶ ହିଁ ଏକ ସୁସ୍ଥ ପରିବେଶ ଗଠନ ହେବ ବୋଲି ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!