ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l l ଜଣାଣ l l l

l l l ଜଣାଣ l l l

 

ମାନଗୋବିନ୍ଦ ସ୍ବାଇଁ

ତୋପାଦେ ମୋଅଳି ଦିଏ ପୁଷ୍ପାଞ୍ଜଳି
    ଭକ୍ତି ଘେନ ନମସ୍କାର
ମୋ ଦୁଃଖ ଜଣାଇ କରୁଛି ଗୁହାରୀ
     କରିବ ମୋର ବିଚାର।
ଦୂରରେ ରହିଛି ଯାଉନି ପାଖକୁ
     ସଂସାର ଭିତରେ ଘାଣ୍ଟି
ତୋ ପାଇଁ ଚାଉଳ ମୁଠି ମୁ ରଖୁଛି
    ଏବର୍ଷ ଯିବି ଗ୍ୟାରେଣ୍ଟି।
ମୋକ୍ଷେତ ଶସ୍ୟରୁ ଚାଉଳ କରିବି
     ତୋ ପାଇଁ ଗଢ଼ି ପ୍ରସାଦ
ମୋ ବଗିଚାର ଫୁଲ ମାଳା କରି
      ପିନ୍ଦାଇ ଦେଇ ଆନନ୍ଦ।
ତୋ ଚନ୍ଦନ ଟୋପା ମଥାରେ ଲଗାଇ
     ଗାଇ ଭଜନ ଜଣାଣ
ସଂକୀର୍ତ୍ତନ ଶଦ୍ଦ ଯେତେ ଦୂର ଯିବ
     ପାପ ଛାଡ଼ି ମୋ ଜୀବନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜଗ ମୋହନ ପଟ୍ଟନାୟକ ଙ୍କ କବିତା = ସତ୍ୟ ପଥ

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l

Sunil Chandra Nayak

Leave a Comment

error: Content is protected !!