ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଲି କୁଇନ୍ କବୟିତ୍ରୀ ମୀରାଵାଈ ମହାନ୍ତି ପାଣିଗ୍ରାହୀ

ନୂଆପଡା//, ବରଗଡ ଜିଲ୍ଲା ପଦ୍ମପୁର ସବ୍ଡିଭିଜନ ଅନ୍ତର୍ଗତ ଗାଇସିଲେଟ , ଖୁଣ୍ଟପାଲି ଠାରେ ଜନ୍ମିତ ମୀରାବାଈ ମହାନ୍ତି ସିଏ ଏକାଧାରରେ ଜଣେ କବିୟତ୍ରୀ,ଗାୟିକା ଏବଂ ଲେଖିକା ଅଟନ୍ତି .ଗାୟିକା ,ଲେଖିକା,କମେଡିଏନ୍ ର ଜଣେ ଅଭିନେତ୍ରୀ ଅଟନ୍ତି । ବିବାହ ପୂର୍ବରୁ ଗୀତଗାଇ ବହୁତ ମାନପତ୍ର ପାଇଥିଲେ। ସିଏ ବିବାହ ପୂର୍ବରୁ ବେଶୀ ବ୍ୟଙ୍ଗକବିତା ଲେଖୁଥିଲେ।ଏହି ବ୍ୟଙ୍ଗ ରଚନା କରିବା ପାଇଁ ତାଙ୍କ କାକା ଅଧ୍ୟାପକ ଅର୍ଜୁନ ମହାନ୍ତି ପ୍ରେରଣା ଦେଇଥିଲେ ।ତାପରେ ତାଙ୍କର କୋଶଲ୍ ଝି ମୀରା,ନାଟକରେ  ପୂରବୀ ଚରିତ୍ରରେ ଅଭିନୟ କରି ପୁରସ୍କୃତ ହୋଇଥିଲେ । ସମାଜର କରୁଁ କାହାଣୀ ନାଟକ ନିଜେ ଲେଖି ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରି ମଧ୍ୟ ଲୋକ ଲୋଚନକୁ ଆସିଥିଲେ ଚାଷୀଙ୍କ ଉପରେ ନିଜ ରଚନାର ନାଟକଲେଖି ଚାଷୀଙ୍କ ଦୁଃଖଭରା କାହାଣୀ ଯେଉଁଥିରେକି ଚାଷୀ ଚାଷକରି ଚାଷ ନ ହେବାରୁ ଆତ୍ମହତ୍ୟା କରିବା ଘଟଣା ଉପରେ ନାଟକରେ ଚମତ୍କାର ଅଭିନୟ କରି କାନ୍ଦିଥିଲେ । ସେହି ଅଭିନୟ ଲୋକ ଆକର୍ଷିତ ହେବା ସହିତ ଶ୍ରୀମତୀ ମୀରାବାଈଙ୍କର ଦୁନିଆରେ ପରିଚୟ ସୃଷ୍ଟି କରିଥିଲେ। ସେଇ ଅଭିନୟ ଦେଖି ଭୁବନେଶ୍ୱରରୁ ଟିଭି ସିରିଏଲ୍ ପାଇଁ ଅଫର୍ ଆସିଲା ହେଲେ ସିଏ ଘରର ବଡବହୂ ହୋଇଥିବା କାରଣରୁ ମନାକରି ଦେଇଛନ୍ତି। ବୃଦ୍ଧ ବୃଦ୍ଧାଙ୍କୁ ବହୁତ୍ ଭଲ ପାଉଥିବା ଛୋଟ ଛୋଟ ପିଲାମାନଙ୍କୁ ସ୍ନେହ କରୁଥିବା ଏହି ନୀରିହା ମହିୟସୀ ମହିଳା ଜଣଙ୍କୁ ପାଇ ଆଜି ପଶ୍ଚିମ ଓଡିଶା ବାସୀ ନିଜକୁ ଧନ୍ୟ ମନେକରୁଛନ୍ତି । ଗୋଟେ ଭଲ ସୁ ଗୃହିଣୀ ହେବା ସଙ୍ଗେ ସଙ୍ଗେ ଘରର ସମସ୍ତଙ୍କର ଯତ୍ନନେବା ସହିତ ଶାଶୁ ଶ୍ୱଶୁରଙ୍କ ସେବାକରିବାରେ କେଭେଁବି ପଛଘୁଞ୍ଚା ଦିଅନ୍ତି ନାହିଁ । ସର୍ବ ଦେବା ଦେବୀଙ୍କର ସ୍ତୁତି ପୁରାଣ ମୁହଁ ମୁହଁରେ ଗାଇବା ସହିତ ଗୋଟିଏ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ କିଛି ସୁନାମ ଅର୍ଜନ କରିଥିଲେ । ନୂଆପଡା ଜିଲ୍ଲା କୋମନା ବିବାହ ପରେ ନିଜ ସ୍ୱାମୀ ଶ୍ୱଶୁର ଶାଶୁଙ୍କ ସେବାପାଇଁ ଆଜି ସବୁକିଛି ପଛରେ ପକାଇ ଦେଇଛନ୍ତି ବୋଲି ମୀରାଙ୍କ ସ୍ୱାମୀ ଜ୍ୟୋତିର୍ମୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସିଏ ଶିକ୍ଷକତା କଲା ସମୟରେ ସବୁ ଛୋଟ ପିଲାମାନେ ତାଙ୍କପାଇଁ ପାଗଳ ଥିଲେ। ମୀରାବାଈ ଓଡିଆ ଓ କୋଶଳୀ ସାହିତ୍ୟର ୨୨ଟି ଅନୁଷ୍ଠାନରେ ସମ୍ପାଦିକା ଆଉ ସଭାପତି ରହି ସୁନ୍ଦର ଭାବରେ ଗୃପ୍ ପରିଚାଳନା କରୁଛନ୍ତି। ତା ସହ ସାତଟି ସାହିତ୍ୟ ଏକପଦୀ କଳାପଟା ଚଳାଉଛନ୍ତି ।ସେଥିପାଇଁ ସାରା ଓଡ଼ିଶାରେ ସେ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Related posts

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ବୈଠକରେ ଦୁର୍ଗମ ଅଞ୍ଚଳକୁ ଆମବସ ଚଳାଚଳ ପାଇଁ ଦାବି ରଖିଲେ ବିଧାୟକ ଶ୍ରୀ ତନ୍ତୀ

କାମାକ୍ଷା ନଗର ମହାବିଦ୍ୟାଳୟ ରେ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

masiha

Leave a Comment

error: Content is protected !!