ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

କାମାକ୍ଷାନଗର (ମ ନି ସ) ୦୪/୦୧_ ଓଳିଏ ଖାଇଲେ ଓଳିଏ ଉପାସ , ସରକାରଙ୍କ ର ୧୦କେଜି ରାସନଚାଉଳ ରେ କଟେ ଜୀବନ l ଏହିପରି ଏକ ଖବର BHRC INDIA ର ବ୍ଲକ ସଭାପତି ବିରଞ୍ଚି ସାହୁ ବାରମ୍ବାର ଲୋକଲୋଚନକୁ ଆଣି ପ୍ରଶାସନ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ପୂର୍ବରୁ ଏହି ଖବର ଟି ଅନେକ ଥର BHRC INDIA ତରଫରୁ ଟ୍ୟୁଇଟ୍ କରି ଅବଗତ କରାଯାଇଛି , ଆଜି ପୁଣିଥରେ ବିରଞ୍ଚି ସାହୁ ସେ ବୃଦ୍ଧ ଦମ୍ପତି ଙ୍କ ଘରେ ପହଞ୍ଚି ଭଲମନ୍ଦ ବୁଝିଛନ୍ତି l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ରେ l ପଙ୍ଗାତିରା ଗାଁର କୃଷ୍ଣ ବେହେରା ଓ ତାଙ୍କ ସ୍ତ୍ରୀ ରୁଦୁନା ବେହେରା , ବୟସ ୭୦ପାର ହେଲାଣି ,କେତେ ସରପଞ୍ଚ ଆସିଲେଣି ଗଲେଣି କେତେ ପ୍ରତିଶ୍ରୁତି ମିଳିଲାଣି କିନ୍ତୁ ଆଜି ବି ଭଙ୍ଗାକୁଡିଆ ରେ ବୃଦ୍ଧ ଦମ୍ପତି l କେବେ ମିଳିବ ଆବାସ ଯୋଜନାରେ ଘରଟିଏ ???ଏ ପ୍ରଶ୍ନ କରିଛନ୍ତି କୃଷ୍ଣ ବେହେରା , ଏହିପରି ଖବରପାଇ ପୁଣିଥରେ ଭାରତୀୟ ମାନବାଧିକାର ଆୟୋଗ ର ବ୍ଲକ ସଭାପତି ବିରଞ୍ଚି ସାହୁ ପହଂଚି ଭଲମନ୍ଦ ବୁଝି ,ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି l ଏହି ବୃଦ୍ଧ ଦମ୍ପତି ଙ୍କୁ ଆବାସ ଯୋଜନାରେ ଘର ଓ ଅନ୍ତୋଦୟ ଯୋଜନା ରେ ୩୫ କେଜି ରାସନ ଚାଉଳ ମିଳିଲେ ବୃଦ୍ଧ ଦମ୍ପତି ଖୁସିରେ ରହିବେ ବୋଲି BHRC INDIA ର ଜିଲ୍ଲା ସଭାପତି ସିପୁନ୍ ଦାଶ କହିଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

masiha

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!