ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

କାମାକ୍ଷାନଗର (ମ ନି ସ) ୦୪/୦୧_ ଓଳିଏ ଖାଇଲେ ଓଳିଏ ଉପାସ , ସରକାରଙ୍କ ର ୧୦କେଜି ରାସନଚାଉଳ ରେ କଟେ ଜୀବନ l ଏହିପରି ଏକ ଖବର BHRC INDIA ର ବ୍ଲକ ସଭାପତି ବିରଞ୍ଚି ସାହୁ ବାରମ୍ବାର ଲୋକଲୋଚନକୁ ଆଣି ପ୍ରଶାସନ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ପୂର୍ବରୁ ଏହି ଖବର ଟି ଅନେକ ଥର BHRC INDIA ତରଫରୁ ଟ୍ୟୁଇଟ୍ କରି ଅବଗତ କରାଯାଇଛି , ଆଜି ପୁଣିଥରେ ବିରଞ୍ଚି ସାହୁ ସେ ବୃଦ୍ଧ ଦମ୍ପତି ଙ୍କ ଘରେ ପହଞ୍ଚି ଭଲମନ୍ଦ ବୁଝିଛନ୍ତି l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ରେ l ପଙ୍ଗାତିରା ଗାଁର କୃଷ୍ଣ ବେହେରା ଓ ତାଙ୍କ ସ୍ତ୍ରୀ ରୁଦୁନା ବେହେରା , ବୟସ ୭୦ପାର ହେଲାଣି ,କେତେ ସରପଞ୍ଚ ଆସିଲେଣି ଗଲେଣି କେତେ ପ୍ରତିଶ୍ରୁତି ମିଳିଲାଣି କିନ୍ତୁ ଆଜି ବି ଭଙ୍ଗାକୁଡିଆ ରେ ବୃଦ୍ଧ ଦମ୍ପତି l କେବେ ମିଳିବ ଆବାସ ଯୋଜନାରେ ଘରଟିଏ ???ଏ ପ୍ରଶ୍ନ କରିଛନ୍ତି କୃଷ୍ଣ ବେହେରା , ଏହିପରି ଖବରପାଇ ପୁଣିଥରେ ଭାରତୀୟ ମାନବାଧିକାର ଆୟୋଗ ର ବ୍ଲକ ସଭାପତି ବିରଞ୍ଚି ସାହୁ ପହଂଚି ଭଲମନ୍ଦ ବୁଝି ,ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି l ଏହି ବୃଦ୍ଧ ଦମ୍ପତି ଙ୍କୁ ଆବାସ ଯୋଜନାରେ ଘର ଓ ଅନ୍ତୋଦୟ ଯୋଜନା ରେ ୩୫ କେଜି ରାସନ ଚାଉଳ ମିଳିଲେ ବୃଦ୍ଧ ଦମ୍ପତି ଖୁସିରେ ରହିବେ ବୋଲି BHRC INDIA ର ଜିଲ୍ଲା ସଭାପତି ସିପୁନ୍ ଦାଶ କହିଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ସାମ୍ବାଦିକ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!